ବାଣିଜ୍ୟ

ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ

 ଭୁବନେଶ୍ୱର, ୦୧/୧୨/୨୦୨୨-  ଓଡ଼ିଶାରେ ଷ୍ଟିଲ୍ ଓ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରାଯିବ । ଆଉ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏହି ଘୋଷଣା କରିଛନ୍ତି ଜେଏସଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ  ।  ଏହାପୂର୍ବରୁ ୨୦୧୮ ରେ ୬୦ ହଜାର କୋଟି ଟଙ୍କା ନିବେଶ ଲାଗି ଜେଏସଡବ୍ଲ୍ୟୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା । ସେଥିମଧ୍ୟରୁ ୩୦ ହଜାର କୋଟି ନିବେଶ ହୋଇସାରିଛି । ଏବେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ସଜ୍ଜନ ଘୋଷଣା କରିଛନ୍ତି ।

ସଜ୍ଜନ କହିଛନ୍ତି ଶିଳ୍ପାୟନରେ ଓଡ଼ିଶା ଏବେ ଦେଶର ନେତୃତ୍ୱ ନେଉଛି । ଓଡ଼ିଶା ପାଖରେ ପ୍ରାକୃତିକ ସମ୍ପଦ, ବିସ୍ତୀର୍ଣ୍ଣ ଜଳରାଶି ଓ ବନ୍ଦର ରହିଛି । ଏଠିକାର ମାନବ ସମ୍ବଳର ବିକାଶ, ସ୍ଵାସ୍ଥ୍ୟବସ୍ଥା, ସ୍କୁଲରେ ଡିଜିଟାଲ ବ୍ୟବସ୍ଥା, ମନ୍ଦିରକୁ ନବୀକରଣ ତାଙ୍କୁ ବହୁତ ଆକର୍ଷିତ କରୁଛି । ଯାହାର ଫାଇଦା ଓଡ଼ିଶାକୁ ମିଳୁଛି । ସେ ଆହୁରି ମଧ୍ୟ କହିଛନ୍ତି କି, କୋଭିଡ ସମୟରେ ଅମ୍ଳଜାନ ଯୋଗେଇବାରେ ଓଡିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ଆମର ବିଶ୍ୱର ସବୁଠୁ ବଡ଼ ପ୍ଲାଣ୍ଟ ଓଡିଶାରେ ତିଆରି କରୁଛୁ । ଏନେଇ ସମସ୍ତଙ୍କର ଆଶୀର୍ବାଦ ଦରକାର। ଓଡିଶା ହେଉଛି ତାଙ୍କ ପାଇଁ ଦ୍ଵିତୀୟ ଘର ଏବଂ ପ୍ରଥମ କର୍ମ ଭୂମି। ଓଡିଶା ସରକାର କ୍ରୀଡା କ୍ଷେତ୍ରରେ ଯେଉଁଭଳି ପଦକ୍ଷେପ ନେଇଛନ୍ତି ସେଭଳି ଅନ୍ୟ କୌଣସି ରାଜ୍ୟ ନେଇନାହାନ୍ତି । ହକି ଗୌରବ ହରାଇଥିଲା, କିନ୍ତୁ ଓଡିଶା ପାଇଁ ଅଲମ୍ପିକ ପଦକ ହାସଲ କରିପାରିଛି ବୋଲି ସଜ୍ଜନ ଜିନ୍ଦଲ ମତ ଦେଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com