ଓଡ଼ିଶା

ବଙ୍ଗୋପସାରରେ ଲଘୁଚାପ ସମ୍ଭାବନା

 ଭୁବନେଶ୍ୱର, ୦୧/୧୨/୨୦୨୨-   ଡିସେମ୍ବର ୪ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବର ସମ୍ଭାବନା ରହିଛି । ୫ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହୋଇପାରେ । କ୍ରମେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତର ରୂପ ନେବ ।  ୮ ତାରିଖ ବେଳକୁ ଦକ୍ଷିଣରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ପହଞ୍ଚିପାରେ । ଲଘୁଚାପ ନେଇ ଆଇଏମଡି ଏପରି ପୂର୍ବାନୁମାନ କରିଛି । ରାଜ୍ୟରେ ବର୍ତ୍ତମାନ ଶୀତର ମାତ୍ରା କମିଥିବା ବେଳେ ତାପମାତ୍ରା ବୃଦ୍ଧି ପାଇଛି । ଏଥିସିହତ ଲଘୁଚାପ ସୃଷ୍ଟି ହାର ସମ୍ଭାବନା ଅଛି । ତେବେ ଏହି ଲଘୁଚାପ ଓଡିଶା ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com