Featuredଓଡ଼ିଶାବାଣିଜ୍ୟ

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨,ଶକ୍ତି ବିଭାଗ ପକ୍ଷରୁ ୫୧ ହଜାର କୋଟିର ନିବେଶ ପାଇଁ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣ-୨୦୨୨ ର ପ୍ରଥମ ଦିନରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଘୋଷିତ ହୋଇଛି । ଅକ୍ଷୟ ଶକ୍ତି ସଂପର୍କିତ ଏକ ବିଜିନେସ୍‌ ଲିଡର ଅଧିବେଶନରେ ଯୋଗଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଭିତ୍ତିବକ୍ତବ୍ୟ ରଖିବା ସହିତ ଅକ୍ଷୟ ଶକ୍ତି ନୀତି ଘୋଷଣା କରିଛନ୍ତି ।

‘ସବୁଜ ଶକ୍ତି ଅଭିମୁଖେ’ ଶୀର୍ଷକ ଏହି ବକ୍ତୃତାମାଳାରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାରେ ୧୦ ହଜାର ମେଗାୱାଟ୍‌ ବୃଦ୍ଧି ପାଇଁ ନୀତିରେ ବ୍ୟବସ୍ଥା ରହିଛି । ଏହା ସହିତ ରାଜ୍ୟରେ ବିଭିନ୍ନ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶ ନିମନ୍ତେ ବହୁମୁଖୀ ରିହାତି ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି ।

ଶକ୍ତି ବିଭାଗ ପକ୍ଷରୁ ତିନୋଟି କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ସହିତ ବୁଝାମଣା ସ୍ୱାକ୍ଷରିତ ହୋଇଛି ।ଏନ୍‌ଟିପିସି, ଏସ୍‌ଜେଭିଏନ୍‌ଏଲ୍‌ ଓ ଏନ୍‌ଏଲ୍‌ସି ସହିତ ଗ୍ରୀଡ଼୍‌କୋ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଛି ।ବୁଝାମଣାପତ୍ରଗୁଡ଼ିକରେ ସମୁଦାୟ ୫୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶର ବ୍ୟବସ୍ଥା ରହିଛି । ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୨୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ୨୬୦୦ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିପାରିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com