ବାଣିଜ୍ୟ

ପ୍ରାକୃତିକ ବିପର୍ଯ୍ୟୟ ଏବଂ କ୍ଷୟକ୍ଷତିର ଉତ୍ତର ରଖିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୦୧/୧୨/୨୦୨୨- ୨୦୧୨ରୁ ଚଳିତ ବର୍ଷ ମଧ୍ୟରେ ଓଡିଶାରେ କେତୋଟି ଓ କେଉଁ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଆସିଛି ଏବଂ ଏଥିରେ କେତେ ଜୀବନ ଯାଇଛି ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

୨୦୨୦ରୁ ୨୦୨୨ ଏହି ୨ ବର୍ଷ ମଧ୍ୟରେ ଓଡିଶାରେ ୨୦ ହଜାରରୁ ଅଧିକ ଜୀବନ ନେଇଛି କରୋନା । ସେହିପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ଲଗାଣ ବର୍ଷା ଏବଂ ମରୁଡିରେ ଗତ ୧୦ ବର୍ଷ ଭିତରେ ୨୨୭ ଜଣଙ୍କର ଜୀବନ ଯାଇଛି । ବାତ୍ୟା ତିତିଲିରେ ସର୍ବାଧିକ ୭୨ ଜଣଙ୍କର ଜୀବନ ଯାଇଥିବା ବେଳେ, ଫନି ବାତ୍ୟାରେ ୬୪, ଫାଇଲିନରେ ୨୨ ଜଣଙ୍କ ଜୀବନ ଯାଇଛି । ତେବେ ବାତ୍ୟା ଅମ୍ଫାନ, ବୁଲବୁଲ, ଗୁଲାବ, ଜଓ୍ୱାଦରେ କାହାରି ଜୀବନ ଯାଇ ନାହିଁ ବୋଲି ଗୁରୁବାର ବିଧାନସଭାରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉତ୍ତର ରଖିଛନ୍ତି  ।

୨୦୧୨ରୁ ଏ ପର୍ଯ୍ୟନ୍ତ ହୋଇଥିବା ବନ୍ୟା, ବାତ୍ୟା, ମରୁଡି ଏବଂ ପ୍ରବଳ ବର୍ଷାରେ ୪୦ ହଜାରରୁ ଅଧିକ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଉଛି । ଫାଇଲିନ ବାତ୍ୟାରେ ସର୍ବାଧିକ ୧୪ ହଜାର ୩୭୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ସେହିପରି ଫନିରେ ୯ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଗତ ୫ ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ମରୁଡି, ଅଂଶୁଘାତ, ସାପ କାମୁଡା, ମାଟି ଅତଡା ଖସିବା, ଡଙ୍ଗା ବୁଡି, ପାଣିରେ ବୁଡି ଜୀବନ ଯିବା, ବନ୍ୟାରେ ଭାସିଯିବାରେ ୧୪ ହଜାର ୪୦୭ ଜଣଙ୍କ ଜୀବନ ଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com