ଅନ୍ୟାନ୍ୟ

OPD ଖୋଲିବା ସମୟ ବଦଳିଲା

ଭୁବନେଶ୍ୱର,୦୧/୧୨/୨୦୨୨-   କ୍ୟାପିଟାଲ ହସ୍ପିଟାଲର OPD ଗୁରୁବାରରୁ ସକାଳ ୯ଟା ଠାରୁ ଖୋଲା ହୋଇଛି । ରୋଗୀଙ୍କ ସୁବିଧା ପାଇଁ ସମୟରେ ପରିବର୍ତ୍ତନ କରାଯାଇ ବନ୍ଦ ସମୟକୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଇଛି । ଅପରାହ୍ନରେ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ଘଣ୍ଟାଏ ଭୋଜନ ବିରତି ପାଇଁ OPD ବନ୍ଦ ରହିବ । ତେବେ ନିର୍ଦ୍ଧାରିତ ସମୟର ୩୦ ମିନିଟ ପୂର୍ବରୁ ଅର୍ଥାତ୍ ସକାଳ ସାଢେ ୮ଟା ଠାରୁ ସାଢେ ୧୨ଟା ଓ ଅପରାହ୍ନରେ ପୁଣି ସାଢେ ଗୋଟେ ଠାରୁ ସାଢେ ୪ଟା ପର୍ଯ୍ୟନ୍ତ ରୋଗୀଙ୍କ ପଞ୍ଜିକରଣ କରାଯିବ ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସମୟ ସୂଚୀରେ ଏହି ପରିବର୍ତ୍ତନ କରାଯାଇଛି । ତେବେ ଜରୁରୀକାଳୀନ ଚିକିତ୍ସା ୨୪ଘଣ୍ଟା ଉପଲବ୍ଧ ହେବ । ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷରୁ ପିଜି କୋର୍ସ ଖୋଲିବା ସହ ଏହା PGIMER ଏବଂ କ୍ୟାପିଟାଲ ହସ୍ପିଟାଲରେ ପରିଣତ ହୋଇଥିବାରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ସପ୍ତାହର ସମସ୍ତ ଦିନ ଏହି ସୁବିଧା ଉପଲବ୍ଧ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com