ବାଣିଜ୍ୟ

 ଶିଳ୍ପ ନୀତି – ୨୦୨୨ କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର, ୦୧/୧୨/୨୦୨୨-   ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶିଳ୍ପ ନୀତି – ୨୦୨୨ କୁ ଉନ୍ମୋଚିତ କରିଛନ୍ତି । ନୂଆ ଶିଳ୍ପ ନୀତିରେ ପ୍ରାୟୋରିଟି ଓ ଥ୍ରଷ୍ଟ ଭଳି ଦୁଇଟି ସେକ୍ଟରକୁ ପ୍ରାଧାନ୍ୟ ଦିଆଯାଇଛି । ଯେଉଁ କ୍ଷେତ୍ରରେ ୨୦୦ରୁ ଅଧିକ ଓଡ଼ିଆ ଲୋକେ ନିଯୁକ୍ତି ପାଉଥିବେ ତାହାକୁ ପ୍ରାୟୋରିଟି ସେକ୍ଟର ଏବଂ ୧୦୦୦ରୁ ଅଧିକ ଓଡ଼ିଆ ନିଯୁକ୍ତି ପାଉଥିବା ସେକ୍ଟରକୁ ଥ୍ରଷ୍ଟ ସେକ୍ଟର ଭାବେ ବିବେଚନା କରାଯିବ । ବିଜୁ ଇକୋନୋମି କରିଡ଼ରକୁ ଏହି ପଲିସିରେ ଥ୍ରଷ୍ଟ ସେକ୍ଟର ଭାବେ ବିବେଚନା କରାଯାଇଛି ।

ପଲିସି ଅନୁଯାୟୀ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ନିବେଶକଙ୍କୁ ଆକର୍ଷଣୀୟ ପ୍ରୋତ୍ସାହନ ଦିଆଯାଇଛି । ପ୍ରାୟୋରିଟି ସେକ୍ଟର ପୁଞ୍ଜି ନିବେଶରେ ୨୦ ପ୍ରତିଶତ ଓ ଥ୍ରଷ୍ଟ ସେକ୍ଟରରେ ୩୦ ପ୍ରତିଶତ ସବସିଡି ସରକାର ଯୋଗାଇ ଦେବେ । ସେହିପରି ବିଜୁଳିରେ ୧୦ ବର୍ଷ ପର୍ଯ୍ୟନ୍ତ ୟୁନିଟ ପିଛା ୨ ଟଙ୍କା ଲେଖାଏଁ ବିଜୁଳି ଶୁଳ୍କ ଛାଡ଼ କରିବେ ରାଜ୍ୟ ସରକାର । ସେହିଭଳି ଜମି ଆବଣ୍ଟନକୁ ସୁଗମ କରି ୩୦ ଦିନ ଭିତରେ ୩୦ ଏକର, ୫୦ ଦିନରେ ୫୦ ଏକର ଓ ୧୦୦ ଦିନରେ ୧୦୦ ଏକର ଜମି ଯୋଗାଇ ଦିଆଯିବ । ପାଣି, ବିଜୁଳି ଓ ଗମନା ଗମନ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି  ଶିଳ୍ପ ସଚିବ କହିଛନ୍ତି ।

ସେହିପରି ପ୍ଲାଣ୍ଟ ଓ ମେସିନାରୀ କ୍ଷେତ୍ରରେ ରାଜ୍ୟ ଜିଏସଟି ଛାଡ଼ କରିବା ସହିତ ମାନବ ସମ୍ବଳ କ୍ଷେତ୍ରରେ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ୭ ବର୍ଷ ପର୍ଯ୍ୟନ୍ତ ESI ଏବଂ EPF ଶହେ ପ୍ରତିଶତ ଛାଡ଼ କରିବାକୁ ରାଜ୍ୟ ସରକାର କହିଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com