ବାଣିଜ୍ୟ

ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ବର୍ତ୍ତମାନ ପାଇଁ ସ୍ଥଗିତ

ଭୁବନେଶ୍ୱର, ୦୧/୧୨/୨୦୨୨-   ସ୍ୱାଭାବିକ ହେବ ପାଠପଢା । ନିଜ ନିଜ ସ୍କୁଲକୁ ଫେରଯିିବେ ଶିକ୍ଷକ । ଭୁବନେଶ୍ୱର ଲୋୟର ପିଏମଜିରେ ୩ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ କରୁଥିବା ଆନ୍ଦୋଳନ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି । ସରକାର ୨୦ ଦିନ ସମୟ ମାଗି ଥିବାରୁ ଶିକ୍ଷକ ସଂଘ ଆନ୍ଦୋଳନ ବନ୍ଦ ରଖିଛି । ତେବେ ଏହି ସମୟ ମଧ୍ୟରେ ଯଦି ସରକାର ନିଷ୍ପତ୍ତି ଗ୍ରହଣ ନ କଲେ ପୁଣି ଥରେ ଆନ୍ଦୋଳନ ହେବ ବୋଲି ପ୍ରାଥମିକ ଶିକ୍ଷକ ସଂଘ ଧମକ ଦେଇଛି । ବୁଧବାର ହୋଇଥିବା ଏକ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଶିକ୍ଷକ ସଂଘର ଦାବି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବିଚାର ବିମର୍ଶ କରି ସରକାରଙ୍କୁ ରିପୋର୍ଟ ଦେବେ । ଏହାପରେ ସରକାର ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com