ଅନ୍ୟାନ୍ୟ

ଚୀନ ଦ୍ୱାରା ହ୍ୟାକ ହେଲା ଏମ୍ସ ସର୍ଭର

ନୂଆଦିଲ୍ଲୀ: ଦେଶର ସର୍ବବୃହତ ତଥା ପ୍ରତିଷ୍ଠିତ ଡାକ୍ତରଖାନା ଏମ୍ସର ସର୍ଭର ହ୍ୟାକ ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛିି । ସୂଚନା ଅନୁଯାୟୀ ଏମ୍ସର ସର୍ଭର ଚୀନରୁ ହ୍ୟାକ ହୋଇଥିଲା । ଏମ୍ସର ହ୍ୟାକ ହୋଇଥିବା ସର୍ଭର ତଥ୍ୟ ଡାର୍କ ୱେବରେ ବିକ୍ରି ହେଉଥିଲା ।  ଏହି ଆକ୍ରମଣ ଭାରତର ଚିକିତ୍ସା ସେବାକୁ ଠପ୍ କରିବା ଉଦ୍ଦେଶ୍ୟରେ କରାଯାଇଥିଲା ।
ସୂଚନା ଅନୁଯାୟୀ ଏମ୍ସ ଉପରେ ସାଇବର ଆକ୍ରମଣ ହେତୁ ସମଗ୍ର ହସ୍ପିଟାଲର କାର୍ଯ୍ୟ ପ୍ରଭାବିତ ହୋଇଥିଲା । ଓପିଡି ସମେତ ଅନେକ ସେବା ଠପ୍ ହୋଇଯାଇଥିଲା । ଏହି ସାଇବର ହ୍ୟାକିଂ ଉପରେ ଦିଲ୍ଲୀ ପୋଲିସ ତଦନ୍ତ କରିଥିଲା । କୌଣସି ଦେଶର ଚିକିତ୍ସା ସେବା ବନ୍ଦ ହୋଇଗଲେ ଅନେକ ରୋଗୀଙ୍କ ଜୀବନ ବିପଦରେ ପଡ଼ିଥାଏ । ଏଥି ସହିତ ଡାକ୍ତରୀ ତଥ୍ୟ ଉପଲବ୍ଧ ନହେବା ହେତୁ ରୋଗୀଙ୍କ ଆବଶ୍ୟକ ଅପରେସନ ମଧ୍ୟ ବନ୍ଦ ହୋଇଯାଏ ।
ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ର ଘଟଣା ପ୍ରକାଶ ପାଇବା ପରେ ‘ରେନ୍ସୱେୟାର ଆକ୍ରମଣ’ରୁ ରକ୍ଷା କରିବା ପାଇଁ ‘ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏମ୍ସ ସର୍ଭର ନିଜ ଉପରେ ହୋଇଥିବା ଏକ ବଡ଼ ସାଇବର ଆକ୍ରମଣ ବିଷୟରେ ସୂଚନା ଦେଇଥିଲା । ଯେଉଁଥିରେ ଏହାର ସମସ୍ତ ରୋଗୀ ସେବା – ନିଯୁକ୍ତି, ପଞ୍ଜୀକରଣ, ଆଡମିଶନ, ଡିସଚାର୍ଜ ଏବଂ ବିଲିଂ ରିପୋର୍ଟ ପ୍ରଭାବିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com