Featuredଅନ୍ତର୍ଜାତୀୟରାଜନୀତି

ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବାଇଡେନ୍

ନୂଆଦିଲ୍ଲୀ: ରୁଷକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସେ କଥା ହେବାକୁ ପ୍ରସ୍ତୁତ ବୋଲି ସଙ୍କେତ ଦେଇଛନ୍ତି। ଯଦି ରୁଷ ନେତା ବାସ୍ତବରେ ଯୁଦ୍ଧ ସମାପ୍ତ କରିବାକୁ ଚାହାନ୍ତି ତେବେ ସେ ୟୁକ୍ରେନ ଉପରେ ଆକ୍ରମଣ ପରେ ପ୍ରଥମ ଥର ପୁଟିନଙ୍କ ସହ କଥା ହେବାକୁ ପ୍ରସ୍ତୁତ। ବାଇଡେନ୍ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହିତ ହ୍ଵାଇଟ୍ ହାଉସରେ ୟୁକ୍ରେନ ଉପରେ ଯୁଗ୍ମ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି, ଏହି ଯୁଦ୍ଧକୁ ସମାପ୍ତ କରିବାର ଗୋଟିଏ ଉପାୟ ରହିଛି, ତାହା ହେଉଛି ପୁଟିନ୍ ୟୁକ୍ରେନରୁ ବାହାରନ୍ତୁ। ମାତ୍ର ଏମିତି କିଛି ଭାବୁଥିବା ପୁଟିନଙ୍କ ନିକଟରେ ପ୍ରତୀତମାନ ହେଉ ନାହିଁ। ସେ ଯାହା କିଛି କରୁଛନ୍ତି, ସବୁର ଭୁଲ୍ ପରିଣାମ ବାହାରୁଛି। ସେ ଲଗାତାର ହସ୍ପିଟାଲ୍ ଏବଂ କୋଠାକୁ ଟାର୍ଗେଟ୍ କରୁଛନ୍ତି। ଏଥିରେ ଲକ୍ଷାଧିକ ପିଲା ପ୍ରଭାବିତ ହେଉଥିବା ଜୋ ବାଇଡେନ୍ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com