ଅନ୍ୟାନ୍ୟ

 ଷଣ୍ଢର ଜନ୍ମଦିନ ପାଳିଲା ବିଜେପି

ଚାନ୍ଦବାଲି, ୦୨/୧୨/୨୦୨୨-   ଷଣ୍ଢର ଜନ୍ମଦିନ ପାଳିଲା ବିଜେପି । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ । ସପ୍ତାହେ ପୂର୍ବରୁ ବ୍ଲକ ଅଫିସରେ ଡ୍ୟୁଟି ବେଳେ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଷ୍ଟାଲିନ ନାୟକ ତାଙ୍କ ଜନ୍ମଦିନ ପାଳିଥିଲେ। ଫଳରେ ବିଜେପି ପକ୍ଷରୁ ଏହାର ପ୍ରତିବାଦ କରା ଯାଇଥିଲା । ୭ ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଡିଓ ସମସ୍ତଙ୍କୁ କହିଥିଲେ । ହେଲେ ୭ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା । ବିଜେପି ଏହାର ପ୍ରତିବାଦ କରି ଗୋଟିଏ ଷଣ୍ଢକୁ ଶୋଭାଯାତ୍ରାରେ ଆଣି ଚାନ୍ଦବାଲି ସହର ପରିକ୍ରମା କରିଥିଲା । ଏହାପରେ ବ୍ଲକ ଅଫିସ ଆଗରେ ତାର ଜନ୍ମଦିନ ପାଳନ କରିଥିଲା ବିଜେପି ଯୁବ ମୋର୍ଚ୍ଚା ।

Related Articles

Back to top button
WP Twitter Auto Publish Powered By : XYZScripts.com