Featuredଜାତୀୟ

ଅଷ୍ଟମ, ନବମ,୧୦ମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ବାହାରୁଛି ଗର୍ଭନିରୋଧକ ବଟିକା

ବେଙ୍ଗାଲୁରୁ : ବେଙ୍ଗାଲୁରୁ ର ଏକାଧିକ ସ୍କୁଲରେ ଅଷ୍ଟମ , ନବମ, ଓ ୧୦ମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ଗର୍ଭ ନିରୋଧକ ବଟିକା, ସହ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏହା ଦେଖି ସ୍କୁଲର ଶିକ୍ଷକଙ୍କ ଠାରୁ ଆରମ୍ଭ କରି ପ୍ରିନ୍ସିପାଲ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।  କିଛି ସ୍କୁଲରେ ଏହି ଶ୍ରେଣୀର ଛାତ୍ରମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ମିଳିବା ପରେ ସେମାନଙ୍କ ବ୍ୟାଗ ତଲାସି କରାଯାଇଥିଲା । ଆ ଅଷ୍ଟମ , ନବମ, ଓ ୧୦ମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ କେବଳ ମୋବାଇଲ ଫୋନ୍ ନୁହେଁ ବରଂ କଣ୍ଡୋମ୍ ସହ, ଗର୍ଭନିରୋଧକ ବଟିକା ମିଳିଥିଲା । ପାଣି ବୋତଲରେ ମଦ ମିଳିଥିଲା । ଆଉ ସେମାନଙ୍କ ବ୍ୟାଗରୁ ଲାଇଟର ଓ ସିଗାରେଟ୍ ବି ଜବତ ହୋଇଥିଲା । ଏହି ଘଟଣା ପରେ ଏଣିକିି ପ୍ରତିଦିନ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ତଲାସି କରିବାକୁ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଅଭିଭାବକଙ୍କୁ ଡକାଇ ମିଟିଙ୍ଗ କରିଥିଲେ । ଏହା ଜାଣିବା ପରେ ଅଭିଭାବକ ମାନେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com