କ୍ରୀଡ଼ା

IPLରୁ ଅବସର ନେଲେ ବ୍ରାଭୋ

ଭୁବନେଶ୍ୱର, ୦୨/୧୨/୨୦୨୨-   IPLରୁ ଅବସର ଘୋଷଣା କରିଛନ୍ତି ବ୍ରାଭୋ । ଚେନ୍ନାଇ ସୁପରକିଙ୍ଗସର ଏହି ବରିଷ୍ଠ ଖେଳାଳି ଅବସର ଘୋଷଣା କରିବା ପରେ ଚେନ୍ନାଇ ତାଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତି କରିବାକୁ ଘୋଷଣା କରିଛି । ଚେନ୍ନାଇର ବୋଲିଂ କୋଚ୍  ଲକ୍ଷ୍ମୀପତି ବାଲାଜୀ ଗୋଟିଏ ବର୍ଷ ପାଇଁ ବିରତି ନେଇ ଥିବାରୁ ତାଙ୍କ ସ୍ଥାନରେ ବ୍ରାଭୋଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ବ୍ରାଭୋ IPLରୁ ମୋଟ ୧୬୧ ଟି ମ୍ୟାଚ୍ ଖେଳି ୧୫୬୦ ରନ୍ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ସେ ୫ ଟି ଅର୍ଦ୍ଧଶତକ କରିଛନ୍ତି । ସେହିଭଳି ୧୮୩ ଟି ୱିକେଟ ହାସଲ କରିଛନ୍ତି । ବୋଲିଂରେ ୨୨/୪ ୱିକେଟ ହାସଲ ହେଉଛି ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସେ IPL ଆରମ୍ଭରୁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଇଁ ଖେଳୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com