ଅନ୍ୟାନ୍ୟ

ASO ପରୀକ୍ଷା ଫଳ ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ, ୦୨/୧୨/୨୦୨୨-  ASO ପରୀକ୍ଷା  ଫଳ ଉପରେ ରୋକ ଲଗାଇଲେ ହାଇକୋର୍ଟ । କୋର୍ଟର ବିନା ଅନୁମତିରେ OPSC ପରୀକ୍ଷାଫଳ ପ୍ରକାଶ ହୋଇପାରିବ ନାହିଁ । ଏହା ସହିତ ଚୂଡାନ୍ତ ତାଲିକା ପ୍ରକାଶ ଉପରେ ମଧ୍ୟ ରୋକ ଲଗାଯାଇଛି । ଏହା ସହିତ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଟେଷ୍ଟ ଜାରି ରଖିବାକୁ ହାଇକୋର୍ଟ ଶୁଣାଣି କରିଛନ୍ତି । ଶୁକ୍ରବାର ଏହି ମାମଲା ଉପରେ ଶୁଣାଣି ସମୟରେ ଆଡ଼ଭୋକେଟ ଜେନେରାଲ ଏବଂ OPSC କର୍ତ୍ତୃପକ୍ଷ ଯେଉଁ ଯୁକ୍ତି ରଖିଥିଲେ ତାହା କୋର୍ଟଙ୍କ ଦ୍ୱାରା ଆଗ୍ରହ୍ୟ କରାଯାଇଛି । OPSC ରୁଲ ୬ ମୁତାବକ ସ୍କିଲ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଆଜି ସରକାରୀ ପକ୍ଷ ଯୁକ୍ତି ରଖିଥିଲେ । କିନ୍ତୁ ତାହା କର୍ତ୍ତୃପକ୍ଷଙ୍କ କ୍ଷମତା ପରିସର ଭିତରେ ଆସୁନାହିଁ ବୋଲି ଯୁକ୍ତି କରିଥିଲେ ଆବେଦନାକାରୀ ପକ୍ଷ । ତେବେ ଏ ସଂକ୍ରାନ୍ତରେ ଜବାବ ରଖିବା ଲାଗି ଆଜି ଓପିଏସସିକୁ ନିର୍ଦ୍ଦେଶ ହୋଇଛି । ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com