ବାଣିଜ୍ୟ

ସଫେଇ ଅଭିଯାନରେ ସାମିଲ ହେଲା ଜଟାୟୁ ମେସିନ

ଭୁବନେଶ୍ୱର, ୦୨/୧୨/୨୦୨୨-   ଭୁବନେଶ୍ୱରରେ ଅଳିଆ ସଫା କଲା ଜଟାୟୁ ମେସିନ । ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଶେଖରପୁର ଓ ସ୍ମାର୍ଟ ଜନପଥରେ ଦୁଇଟି ମେସିନ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରତ୍ୟୁଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହାକୁ ଉଦଘାଟନ କରିଛନ୍ତି । ଆଗକୁ ଆହୁରି ଅଧିକ ଜଟାୟୁ ମେସିନକୁ ଭୁବନେଶ୍ୱରର ସଫେଇ ଅଭିଯାନରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ୱର ମହାନଗର ନିଗମ । ଜଟାୟୁ ଦ୍ୱାରା ସ୍ୱଳ୍ପ ସମୟ ମଧ୍ୟରେ ଅଳିଆ ଉଠାଯାଇ ପାରିବ । ଯାହାର ଆଜି ଡେମୋ କରାଯାଇଥିଲା । ଏହି ସମୟରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଅତିରିକ୍ତ କମିଶନର ମୟୁର ସୂର୍ଯ୍ୟବଂଶୀଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ । ଗୋଟିଏ ଜଟାୟୁ ମେସିନର ମୂଲ୍ୟ ୪୦ଲକ୍ଷ ଟଙ୍କା ।

Related Articles

Back to top button
WP Twitter Auto Publish Powered By : XYZScripts.com