କ୍ରୀଡ଼ା

ଆଇପିଏଲ ୨୦୨୩ ପାଇଁ ଡିସେମ୍ବର ୨୩ରେ କୋଚିରେ ଖେଳାଳି ନିଲାମ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସିଜିନ୍ ପାଇଁ ନିଲାମ ଡିସେମ୍ବର ୨୩, ରେ କୋଚିରେ ଅନୁଷ୍ଠିତ ହେବ । ଆଇପିଏଲ ୨୦୨୩ ନିଲାମ ପାଇଁ ମୋଟ ୯୯୧ ଖେଳାଳି ପଞ୍ଜିକରଣ କରିଛନ୍ତି। ଏଥିରେ ୭୧୪ ଭାରତୀୟ ଏବଂ ୨୭୭ ବିଦେଶୀ ଖେଳାଳି ସାମିଲ ଅଛନ୍ତି। ଏଥର ଏହି ନିଲାମୀ ଅଧିକ ଅଷ୍ଟ୍ରେଲିୟ ଖେଳାଳି ଭାଗ ନେବାର ସୂଚନା ରହିଛି । ମୋଟ ୫୭ ଜଣ ଅଷ୍ଟ୍ରେଲୀୟ ଖେଳାଳି ଆଇପିଏଲ ୨୦୨୩ ନିଲାମର ଅଂଶ ହେବେ। ଏହା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ସୂଚନା ଦେଇଛନ୍ତି କ୍ରିକଟ ବୋର୍ଡର ସଚିବ ଜୟ ଶାହ୍ । ନିଲାମର ଠିକ୍ ପୂର୍ବରୁ ଆଇପିଏଲ ଗୁରୁବାର ଦିନ ଏକ ସର୍କୁଲାର ଜାରି କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com