ଅନ୍ୟାନ୍ୟ

ମୁଖ୍ୟମନ୍ତ୍ରୀଙ୍କ ରାଲି : ବନ୍ଦ ରହିବ ସ୍କୁଲ

ମୈନପୁରୀ, ୦୨/୧୨/୨୦୨୨-   ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ରାଲି ହେବ । ବନ୍ଦ ରହିବ ଜିଲ୍ଲାର ସବୁ ସ୍କୁଲ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ । ଶୁକ୍ରବାର ମୈନପୁରୀରେ ଲୋକସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଲି କରୁଛନ୍ତି । ରାଲି ଯୋଗୁଁ ରାସ୍ତା ଭିଡ ରହିବ । ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ୟା ଭୋଗିବେ । ଏଥିପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକୁ ଆଜି ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜିଲ୍ଲାର ସବୁ ସ୍କୁଲକୁ ବନ୍ଦ ରଖାଯାଇଛି । ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଏନେଇ ଚିଠିରେ ପ୍ରତି ସ୍କୁଲକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com