ଅନ୍ୟାନ୍ୟ

କାଲିଫର୍ଣ୍ଣିଆରେ ଗିରଫ ହେଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗୋଲଡି ବରାଡ

ନୂଆଦିଲ୍ଲୀ: ପଞ୍ଜାବୀ ଗାୟବ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛର ମାଷ୍ଟରମାଇଣ୍ଡ ଗୋଲଡି ବରାଡକୁ ଗିରଫ କରାଯାଇଛି । କାଲିଫର୍ଣ୍ଣିଆରେ ଗୋଲଡିକୁ ଅଟକ ରଖାଯାଇଛି । ଭାରତୀୟ ସୁରକ୍ଷା ଏଜେନ୍ସିର ଉତ୍ସକୁ ଏହି ଖବର ସାମ୍ନାକୁ ଆସିଛି ।  ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଗୋଲଡି ବରାଡ ନିଜକୁ ଏଥିପାଇଁ ଦାୟୀ କରିଥିଲା । ଗୋଲଡି ବରାଡ଼ ବହୁ ବର୍ଷ ଧରି କାନାଡାରେ ରହି ଅନେକ ଗୁରୁତର ଅପରାଧ କରିଆସୁଥିଲା । କାନାଡାରୁ ହିଁ ସେ ଭାରତରେ ହତ୍ୟା ଏବଂ ଚୋରା ଚାଲାଣ କାମ କରୁଛିି । ଏଥିପାଇଁ ତାକୁ ଲକ୍ଷ ଲକ୍ଷ ଟଙ୍କା ମିଳୁଛି । ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମଧ୍ୟ ସେ ବିଦେଶରେ ବସି ବସି ନିଜ ଗୁଣ୍ଡାମାନଙ୍କ ଦ୍ୱାରା କରାଇଥିଲା । ଏହା ପରେ ସେ ଆମେରିକା ପଳାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com