ବାଣିଜ୍ୟ

ବୀମା ବିକ୍ରିକୁ ନେଇ ଅର୍ଥ ମନ୍ତ୍ରଣାଳୟର ନୂଆ ପ୍ରସ୍ତାବ

ନୂଆଦିଲ୍ଲୀ, ୦୨/୧୨/୨୦୨୨-   ଆସନ୍ତା ଦିନରେ ଗୋଟିଏ ବୀମା କମ୍ପାନୀ ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା ଓ ସାଧାରଣ ବୀମା ପଲିସି ବିକ୍ରି କରିପାରିବେ । ଏହାର ଅର୍ଥ ଅଲଗା ଅଲଗା ପଲିସି ବିକ୍ରି କରିବାକୁ ବୀମା କମ୍ପାନୀମାନଙ୍କୁ ଆଉ ଅଲଗା ଅଲଗା ଲାଇସେନ୍ସ ପାଇଁ ଆବେଦନ ଦରକାର ପଡିବ ନାହିଁ । ଏନେଇ ଅର୍ଥ ମନ୍ତ୍ରଣାଳୟ ସମସ୍ତ ପ୍ରକାର ବୀମା ବିକ୍ରି କରିବା ନେଇ ଏକ କମ୍ପୋଜିଟ ପଞ୍ଜିକରଣ ପ୍ରସ୍ତାବ ଦେଇଛନ୍ତି । ଯଦି ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରନ୍ତି ତେବେ ତାଙ୍କୁ ବୀମା ଅଧିନିୟମ ୧୯୩୮ରେ ସଂଶୋଧନ ଆଣିବାକୁ ପଡିବ । ଏବେ ସମୟରେ ବୀମା କମ୍ପାନୀଗୁଡିକ ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା ଓ ସାଧାରଣ ବୀମା ବିକ୍ରି କରିବାକୁ ଅଲଗା ଅଲଗା ଲାଇସେନ୍ସ ନେବାକୁ ପଡୁଛି । ମାତ୍ର କମ୍ପୋଜିଟ ଲାଇସେନ୍ସକୁ ଅନୁମୋଦନ ମିଳିଲେ ଗୋଟିଏ ବୀମା କମ୍ପାନୀ ସମସ୍ତ ପ୍ରକାର ବୀମା ପଲିସି ବିକ୍ରି କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com