Featuredଜାତୀୟଜୀବନଶୈଳୀ

ମାସର ଏହି ସବୁ ଦିନରେ ବନ୍ଦ ରହିବ ମଦ ଦୋକାନ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ବିଶ୍ୱବାସୀ ୨୦୨୨ କୁ ବିଦାୟ ଦେବାକୁ ଏବଂ ୨୦୨୩ କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ୨୦୨୩ ର ସ୍ୱାଗତ କରିବା ସହିତ ଲୋକେ ପରବର୍ତ୍ତୀ ବର୍ଷ ପାଇଁ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି। ଏବେଠାରୁ ଅନେକ ଲୋକ କ୍ୟାଲେଣ୍ଡରେ ଛୁଟିଦିନ ଖୋଜିବା ଆରମ୍ଭ କରିଦେଇଥିବା ବେଳେ ଅନେକ ଲୋକ ଡ୍ରାଏ ଡେ ର ତାଲିକା ଖୋଜୁଛନ୍ତି । ଆସନ୍ତା ବର୍ଷ କେବେ ଆଉ କେତେ ଦିନ ମଦ ଦୋକାନ ବନ୍ଦ ରହିବ।

ଜାତୀୟ ପର୍ବ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିନରେ ଡ୍ରାଏ ଡେ ହୁଏ । ଏହା ସହିତ, ଯଦି କୌଣସି ସ୍ଥାନରେ ଏକ ବଡ଼ ଘଟଣା ଘଟେ, ତେବେ ପ୍ରଶାସନ ସେହି ଅଞ୍ଚଳରେ ଡ୍ରାଏ ଡେ ଘୋଷଣା କରିଥାନ୍ତି। ଉଦାହରଣ ସ୍ୱରୂପ, ଯଦି କୌଣସି ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ମତଦାନ ଦିନ ଡ୍ରାଏ ଡେ ଏବଂ ଯେଉଁ ଦିନ ଭୋଟ୍ ଗଣନା କରାଯାଏ ସେହି ଦିନ ମଧ୍ୟ ଡ୍ରାଏ ଡେ ଥାଏ । ଯେତେବେଳେ ସରକାର ଏକ ଅଲଗା ବିଜ୍ଞପ୍ତି ପ୍ରକାଶ କରି ଡ୍ରାଏ ଡେ ଘୋଷଣା କରନ୍ତି, ତାହା ଆଗରୁ ସ୍ଥିର ହୋଇନଥାଏ।

ଡ୍ରାଏ ଡେ କେବେ?
ଗଣତନ୍ତ୍ର ଦିବସ – ୨୬ ଜାନୁଆରୀ (ଗୁରୁବାର)
ଗୁରୁ ରବିଦାସ ଜୟନ୍ତୀ – ୫ ଫେବୃଆରୀ (ରବିବାର)
ମହାଶିବରାତ୍ରୀ – ୧୮ ଫେବୃଆରୀ (ଶନିବାର)
ହୋଲି – ମାର୍ଚ୍ଚ ୭ (ମଙ୍ଗଳବାର)
ରାମ ନବମୀ – ୩୦ ମାର୍ଚ୍ଚ (ଗୁରୁବାର)
ମହାବୀର ଜୟନ୍ତୀ – ୪ ଏପ୍ରିଲ (ମଙ୍ଗଳବାର)
ଗୁଡ଼ ଫ୍ରାଇଡେ – ଏପ୍ରିଲ ୭ (ଶୁକ୍ରବାର)
ଇଦ୍ ଉଲ୍ ଫିତ – ୨୨ ଏପ୍ରିଲ୍ (ଶନିବାର)
ବୌଦ୍ଧ ପୂର୍ଣ୍ଣିମା – ମଇ ୫ (ଶୁକ୍ରବାର)
ବକ୍ରିଇଦ – ୨୯ ଜୁନ୍ (ଗୁରୁବାର)
ମହରମ – ୨୯ ଜୁଲାଇ (ଶନିବାର)
ସ୍ୱାଧୀନତା ଦିବସ – ଅଗଷ୍ଟ ୧୫ (ମଙ୍ଗଳବାର)
ଜନମାଷ୍ଟମୀ – ୭ ସେପ୍ଟେମ୍ବର (ଗୁରୁବାର)
ଇଦ୍-ଇ-ମିଲାଦ – ୨୮ ସେପ୍ଟେମ୍ବର (ଗୁରୁବାର)
ଗାନ୍ଧୀ ଜୟନ୍ତୀ – ୨ ଅକ୍ଟୋବର (ସୋମବାର)
ଦଶହରା – ୨୪ ଅକ୍ଟୋବର (ମଙ୍ଗଳବାର)
ଦୀପାବଳି – ୧୨ ନଭେମ୍ବର (ରବିବାର)
ଛଟ ପୂଜା – ୧୯ ନଭେମ୍ବର (ରବିବାର)
ଗୁରୁ ନାନକ ଜୟନ୍ତୀ – ୨୭ ନଭେମ୍ବର (ସୋମବାର)

ଉପରୋକ୍ତ ସୂଚନା ଦିଲ୍ଲୀ ଅନୁଯାୟୀ ଏବଂ ପ୍ରତ୍ୟେକ ରାଜ୍ୟରେ, ବିଭିନ୍ନ ସମୟରେ, ଆଞ୍ଚଳିକ ମହୋତ୍ସବ ଅବସରରେ ରାଜ୍ୟ ସରକାର ଡ୍ରାଏ ଡେ ପାଳନ କରନ୍ତି। ଏହା ଆପଣଙ୍କ ରାଜ୍ୟରେ ଭିନ୍ନ ହୋଇପାରେ । ଏହି ତାଲିକା ଦିଲ୍ଲୀ ଉପରେ ଆଧାରିତ।

 

Related Articles

Back to top button
WP Twitter Auto Publish Powered By : XYZScripts.com