ଅନ୍ୟାନ୍ୟ

ସେନା ଗାଡ଼ି ଦୁର୍ଘଟଣା : ୧୬ ମୃତ

ସିକିମ୍ , ୨୩/୧୨/୨୦୨୨-    ଭାରତ-ଚୀନ  ସୀମାରେ ସେନା ଯବାନଙ୍କ ଗାଡ଼ି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଶୁକ୍ରବାର ଉତ୍ତର ସିକିମ୍ ଜେମା ଅଞ୍ଚଳରେ ସେନା ଭର୍ତ୍ତି ଏକ ଗାଡ଼ି ଯାଉଥିବା ବେଳେ ଖାଇକୁ ଖସି ପଡ଼ିଥିଲା । ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ୧୬ ଜଣ ଯବାନଙ୍କର ମୃତ୍ୟୁ ଘଟିଛି । ସେହିପରି ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି  । ଆହତ ଯବାନଙ୍କୁ ଏୟାରଲିଫ୍ଟ କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଉଦ୍ଧାରକାରୀଦଳ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେନାର ତିନୋଟି ଗାଡି ସକାଳେ ଯବାନମାନଙ୍କୁ ନେଇ ବାହାରିଥିଲେ । ଏହି ଗାଡିଗୁଡିକ ଯବାନମାନଙ୍କୁ ନେଇ ଚଟନରୁ ଥଙ୍ଗୁ ପଟେ ଯାଉଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com