ବାଣିଜ୍ୟ

ଅଧିକ ଅମଳକ୍ଷମ ଓ ପୁଷ୍ଟିକର ମାଣ୍ଡିଆ ଚିହ୍ନଟ 

ଭୁବନେଶ୍ୱର, ୦୩ /୦୧/୨୦୨୩-  କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମାଣ୍ଡିଆ ଉପରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ବିଶ୍ୱବିଦ୍ୟାଳୟର ଗବେଷକମାନେ ଅଧିକ ଅମଳକ୍ଷମ ଓ ପୁଷ୍ଟିକର ମାଣ୍ଡିଆକୁ ଚିହ୍ନଟ କରିଛନ୍ତି । କୋରାପୁଟର ମାଳଭୂମିରେ ଚାଷ ହେଉଥିବା ତେଲୁଗୁ, ବଡ଼ ଓ ଦଶରା ଏହି ତିନୋଟି ପ୍ରଜାତି ମାଣ୍ଡିଆରେ ଅଧିକ ପୋଷକ ତତ୍ତ୍ୱ ରହିଥିବା ଜଣାପଡ଼ିଛି ।

ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବହୁ ପୂରାତନ କାଳରୁ ବିଭିନ୍ନ କିସମର ମାଣ୍ଡିଆ ଚାଷ କରିଆସୁଛନ୍ତି । ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ବଳ ସଂରକ୍ଷଣ ବିଭାଗ ପକ୍ଷରୁ ଗତ ୧୦ ବର୍ଷ ଧରି ବିଭିନ୍ନ ଦେଶୀ ପ୍ରଜାତିର ମାଣ୍ଡିଆର ସଂରକ୍ଷଣ, ଅମଳ ଓ ଗୁଣାତ୍ମକ ମାନ ଉପରେ ଗବେଷଣା କରା ଯାଇଥିଲା ।  ଆଉ ନିକଟରେ କିଛି ପ୍ରମୁଖ ମାଣ୍ଡିଆର ଗୁଣାତ୍ମକ ମାନ ଉପରେ ତଥ୍ୟ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛି ଜଳବାୟୁ ପରିବର୍ତ୍ତନ ସମୟରେ ମଧ୍ୟ ଉକ୍ତ ମାଣ୍ଡିଆର ଉତ୍ପାଦନ ଉପରେ କିଛି ପ୍ରଭାବ ପଡ଼ିନଥିଲା । ଏହା ଆଦିବାସୀଙ୍କ ଖାଦ୍ୟ ସୁରକ୍ଷା ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com