ଜୀବନଶୈଳୀ

ଖାଦ୍ୟ ସୁରକ୍ଷା ଯୋଜନାର ତଥ୍ୟ ଦିଅ : ଉଚ୍ଚ ନ୍ୟାୟାଳୟ

 ଭୁବନେଶ୍ୱର, ୦୪/୦୧/୨୦୨୩ –    କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରାଯିବ । ପ୍ରଫୁଲ୍ଲ ସାମନ୍ତରାଙ୍କ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍ ମୁରଲୀଧର ଓ ଜଷ୍ଟିସ୍ ଏମ୍.ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିବେ । ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ପରବର୍ତ୍ତୀ ଶୁଣାଣି ସମୟରେ ହାଇକୋର୍ଟରେ ଏ ସମ୍ପର୍କିତ ସମସ୍ତ ତଥ୍ୟ ପାୱାରପଏଣ୍ଟ ପ୍ରେଜେଂଟେସନ୍ ମାଧ୍ୟମରେ ଉପସ୍ଥାପନ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com