ବାଣିଜ୍ୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ କରାଯାଉ : ବି.ଜେ.ଡି

ଭୁବନେଶ୍ୱର, ୦୬/୦୧/୨୦୨୩ –   ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଚାଲୁ କରାଯାଉ । ଯେ ପର୍ଯ୍ୟନ୍ତ ଏହି ଦାବି ପୂରଣ ନ ହୋଇଛି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଦାବି ଉଠାଯିବ । ଆଜି ଏପରିି କହିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବନ୍ଦ କରିବା ଦ୍ୱାରା ୩ କୋଟି ୨୫ ଲକ୍ଷ ଲୋକଙ୍କ ୫ କିଲୋ ଚାଉଳ କଟି ଯାଇଛି । ଯାହା ଦ୍ୱାରା ଓଡ଼ିଶାର ଗରିବ ପରିବାର ସମେତ ଚାଷୀ ଭାଇ ମାନେ ମଧ୍ୟ ହନ୍ତସନ୍ତ ହେବେ । ଏ

ହି ଯୋଜନା ଚାଲୁଥିବା କାରଣରୁ ଅଧିକ ଚାଉଳର ଆବଶ୍ୟକତା ପଡୁଥିଲା । ଏଣୁ ସରକାର ଚାଷୀ ଭାଇମାନଙ୍କ ଠାରୁ ଏମଏସପି ଦରରେ ଚାଉଳ କିଣୁଥିଲେ । କିନ୍ତୁ କମ ଧାନ ସଂଗ୍ରହ ଫଳରେ ଏମଏସପି ଦରରେ ନ ବିକ୍ରି କରି ପାରିବା ଯୋଗୁଁ ବାହାରେ କମ ଦରରେ ଧାନ ବିକିବାକୁ ଚାଷୀମାନେ ବାଧ୍ୟ ହେବେ । ଯାହା ସେମାନଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବ । ସେହିପରି କେନ୍ଦ୍ର ସରକାର ଗୋଟେ ପୁରୁଣା ତାଲିକାକୁ ନେଇ ଚାଲୁଥିବାରୁ ଓଡ଼ିଶାର ଅନେକ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁ ନ ଥିବା ମଧ୍ୟ ଅଭିଯୋଗ କରିଛି ବିଜେଡି ।

Related Articles

Back to top button
WP Twitter Auto Publish Powered By : XYZScripts.com