ଅନ୍ୟାନ୍ୟ

ଆଜି ମୁଖ୍ୟମନ୍ତ୍ରୀ କରିବେ ଆଉ ୨୯ଟି ଥାନାର ଉଦ୍ଘାଟନ

ଭୁବନେଶ୍ୱର, ୦୯/୦୧/୨୦୨୩ –   ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡ଼ିଓ କନ୍‌‌ଫରେନ୍‌‌ସିଂ ଜରିଆରେ ଆଉ ୨୯ ଥାନା ଉଦଘାଟନ କରିବେ । ଏହି ୨୯ ଥାନା ମଧ୍ୟରେ ୨୫ଟି ଫାଣ୍ଡିରୁ ଥାନାକୁ ରୂପାନ୍ତରିତ ହୋଇଥିବା ବେଳେ ୩ଟି ବିଟ୍‌‌ ହାଉସରୁ ଥାନାକୁ ରୂପାନ୍ତରିତ ହୋଇଛି ।

ଏହି ତାଲିକାରେ କେନ୍ଦ୍ରାପଡ଼ାର ଚଉଦକୁଲାଟ ଓ କୁଦନାଗିରି ଥାନା, ଯାଜପୁରର ଅଳକୁଣ୍ଡ ଥାନା ଓ ବ୍ରହ୍ମବରଦା ଥାନା, ଜଗତସିଂହପୁରର କୃଷ୍ଣପ୍ରସାଦ ଥାନା, ଖୋର୍ଦ୍ଧାର ନାଚୁଣୀ ଥାନା, ଢେଙ୍କାନାଳର ମହାବୀର ରୋଡ ଥାନା, ପୁରୀର ଚାରିଛକ ଥାନା, ଅନୁଗୁଳର ଗୋପାଳପ୍ରସାଦ ଥାନା, ରାୟଗଡ଼ାର ରମଣଗୁଡ଼ା ଥାନା, ସୁବର୍ଣ୍ଣପୁରର ଲଚ୍ଛିପୁର ଥାନା, ଝାରସୁଗୁଡ଼ାର ତାଳପଟିଆ ଫାଣ୍ଡିରୁ ଏୟାରପୋର୍ଟ ଥାନା ରହିଛି ।

ସେହିପରି କଟକର ମାଣିଆବନ୍ଧ ଥାନା, ଜୁଡୁମ ଥାନା ଓ ଭଦ୍ରେଶ୍ୱର ଥାନା, ଭୁବନେଶ୍ୱର ୟୁପିଡିର ସାଲିଆସାହି ଫାଣ୍ଡିରୁ ମୈତ୍ରୀବିହାର ଥାନା ଦେବଗଡ଼ର ଲାଇମୁରା ଥାନା, ଗଞ୍ଜାମର ବେଗୁନିଆପଡ଼ା ଥାନା ଓ କୋଟିନଡ଼ା ଥାନା, ବ୍ରହ୍ମପୁରର ନିମଖଣ୍ଡି ଥାନା, ନବରଙ୍ଗପୁରର ମଇଦାଲପୁର ଥାନା, ବଲାଙ୍ଗୀରର ଅଗଲପୁର ଥାନା, କଳାହାଣ୍ଡିର କଲମପୁର ଥାନା, ବୌଦ୍ଧର ଘଣ୍ଟପଡ଼ା, ଏବଂ ବାଲେଶ୍ୱରର ଗୋପାଳପୁର ଥାନା ରହିଛି ।  ଏହାସହ ଅନୁଗୋଳର ବଗେଡ଼ିଆ ବିଟ ହାଉସ ଥାନାକୁ ରୂପାନ୍ତରିତ ହୋଇଥିବା ବେଳେ କୋରାପୁଟର ସୁଙ୍କି ବିଟ୍‌‌ ହାଉସ ଏବଂ ସମ୍ବଲପୁରର ବରେଇପାଲି ବିଟ୍‌‌ ହାଉସ ଥାନାକୁ ରୂପାନ୍ତରିତ ହୋଇଛି । ସେହିଭଳି ମୟୂରଭଞ୍ଜର ଭଞ୍ଜପୁରଠାରେ ଆଉ ଗୋଟିଏ ନୂଆ ଥାନା ପ୍ରତିଷ୍ଠା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com