ଅନ୍ୟାନ୍ୟ

ସାବଧାନ ! ଆପଣଙ୍କ କଣ୍ଠସ୍ୱର ବି ହୋଇପାରେ ନକଲ

ଭୁବନେଶ୍ୱର, ୧୧/୦୧/୨୦୨୩ –   ଯେକୌଣସି ଲୋକର କଣ୍ଠସ୍ୱରକୁ ନକଲ କରା ଯାଇପାରିବ । ଏଥିପାଇଁ ମାତ୍ର ୩ର ସେକେଣ୍ଡ ଅଡିଓ କ୍ଲିପ୍ ଆବଶ୍ୟକ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ସହିତ ଜଡିତ ଟେକ୍ନୋଲୋଜି ସାହାଯ୍ୟରେ ଏହା ସମ୍ଭବ ହୋଇଛି । AI ଟେକ୍ନୋଲୋଜି ଆଜିକାଲି ଲଗାତାର ଭାବରେ ଚର୍ଚ୍ଚାରେ ରହୁଛି ଓ ଏହା ସହ ଜଡିତ ନୂଆ ପରୀକ୍ଷଣ କରାଯାଉଛି । ସଫ୍ଟୱେର୍ କମ୍ପାନୀ ମାଇକ୍ରୋସଫ୍ଟ ଏବେ ଏକ ନୂଆ VALL-E ଟେକ୍ନୋଲୋଜି ବିକଶିତ କରିଛି, ଯାହାର ଅପବ୍ୟବହାରର ଭୟ ସମସ୍ତଙ୍କୁ ଡରାଉଛି ।

         ବିଶେଷ କଥା ହେଉଛି, VALL-E ଏକ ସ୍ୱରକୁ ନକଲ କରିବା ସହ ସେହି ସ୍ୱରରେ ବିଭିନ୍ନ ଭାବନା ଏବଂ ଟୋନରେ ମଧ୍ୟ କଥା ହୋଇପାରେ । ଏହାର ସାହାଯ୍ୟରେ ଏପରି ଜିନିଷ କୁହାଯାଇପାରେ, ଯାହା ପ୍ରକୃତ ବକ୍ତା କେବେ କହି ନ ଥିଲେ । ଅର୍ଥାତ୍ ଆପଣଙ୍କ ସ୍ୱରରେ ଏହି ଟୁଲ୍ କିଛି ବି କହିପାରେ ଓ ଆପଣଙ୍କ ବନ୍ଧୁମାନଙ୍କୁ ପ୍ରତାରଣା କରିପାରେ । ବିଦ୍ୟମାନ ଅନ୍ୟ AI ମଡେଲ ତୁଳନାରେ ଏହା ଏକ ବଡ ଅପଗ୍ରେଡ୍ । ଏହି ଉପକରଣଟିକୁ ପ୍ରାୟ ୬୦,୦୦୦ ଘଣ୍ଟା ଇଂରାଜୀ ବକ୍ତବ୍ୟ ତଥ୍ୟ ସାହାଯ୍ୟରେ ଟ୍ରେନିଂ ଦିଆଯାଇଛି ଯାହା ସହଜରେ ଅଡିଓ ବିଷୟବସ୍ତୁ ସୃଷ୍ଟି କରିପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com