ଅନ୍ୟାନ୍ୟ

ପୃଥ୍ୱୀ-୨ ବାଲିଷ୍ଟିକ୍ ମିସାଇଲର ରାତ୍ରିକାଳୀନ ପରୀକ୍ଷଣ ସଫଳ

ଭୁବନେଶ୍ୱର, ୧୧/୦୧/୨୦୨୩ –    ପୃଥ୍ୱୀ-୨ ବାଲିଷ୍ଟିକ୍ ମିସାଇଲର ରାତ୍ରିକାଳୀନ ପରୀକ୍ଷଣ ସଫଳ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩-ନଂ ଉତ୍‌କ୍ଷେପଣ କେନ୍ଦ୍ରରୁ ମଙ୍ଗଳବାର ରାତି ୮ଟା ୩୦ ମିନିଟ୍‌ ସମୟରେ ଏହାର ବ୍ୟବହାରିକ ପରୀକ୍ଷା କରା ଯାଇଥିଲା । ପୃଥ୍ୱୀ-୨ର ଲମ୍ବ ୯ ମିଟର, ଓସାର ୧୧୦ ସେଣ୍ଟିମିଟର ଏବଂ ଓଜନ ୪.୬ ଟନ୍‌ ବୋଲି ଜଣାପଡ଼ିଛି । ୨୦୦୩ ମସିହାରୁ ଭାରତୀୟ ସେନାରେ ଏହା ସାମିଲ ହୋଇଛି ।

ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର । ଗତ ଜୁନ୍‌ ୧୫ ତାରିଖ ଦିନ ମଧ୍ୟ ପୃଥ୍ୱୀ-୨ର ରାତ୍ରିକାଳୀନ ପରୀକ୍ଷା ହୋଇଥିଲା । ରାଡାର୍‌ ଓ ଇଲେକ୍ଟ୍ରୋ ଅପ୍‌ଟିକାଲ୍‌ ଟ୍ରାକିଂ ସିଷ୍ଟମ୍‌ ଏବଂ ଓଡ଼ିଶା ଉପକୂଳରେ ଥିବା ଟେଲିମେଟ୍ରି ଷ୍ଟେସନ୍‌ ସହାୟତାରେ କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖା ଯାଇଥିଲା । ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଉତ୍‌କ୍ଷେପଣ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ରର ୩୫୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ ଏବଂ ୫୦୦ରୁ ୧ ଟନ୍‌ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଉତକ୍ଷେପଣରୁ ମିଳିଥିବା ତଥ୍ୟକୁ ନେଇ ଏବେ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com