ଅନ୍ୟାନ୍ୟ

ଛୁଆକୁ ତଣ୍ଟି ଚିପି ମାରିବା ପରେ ଆତ୍ମହତ୍ୟା କଲା ମା

କଟକ, ୧୬/୦୧/୨୦୨୩ –   ନିଜର ୩ ବର୍ଷର ଛୁଆକୁ ତଣ୍ଟି ଚିପି ମାରିବା ପରେ ବେକରେ ଶାଢ଼ୀ ଗୁଡ଼େଇ ଆତ୍ମହତ୍ୟା କରିଛି ମା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ । ମୃତ ମହିଳା ହେଉଛନ୍ତି ସଫ୍ଟୱେୟାର ଇଞ୍ଜିନିୟର ସନ୍ତୋଷ ଖୁଣ୍ଟିଆଙ୍କ ସ୍ତ୍ରୀ ଶିଳ୍ପୀ ଖୁଣ୍ଟିଆ ଏବଂ ତାଙ୍କ ପୁଅର ନାମ ଶିବାନ । ଘଟଣାସ୍ଥଳରେ ମଧୁପାଟଣା ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି । ପୋଲିସ ଦୁଇ ମୃତଦେହ ଉଦ୍ଧାର କରିଛି ।

ମୃତ ମହିଳା ଜଣକ ସନ୍ତୋଷଙ୍କ ଦ୍ବିତୀୟ ପତ୍ନୀ ଓ ପିଲାଟି ପ୍ରଥମ ପତ୍ନୀଙ୍କର ପୁଅ। ପ୍ରସବ ପରେ ହିଁ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପିଲାଟିକୁ ତାର ମାମୁଁଘର ଲୋକେ ନେଇ ଯାଇଥିଲେ। ତେବେ ସନ୍ତୋଷଙ୍କ ଦ୍ବିତୀୟ ବିବାହ ପରେ ତାଙ୍କ ପତ୍ନୀ ପିଲାଟିର ସବୁ ଦାୟିତ୍ବ ନେବାକୁ କହି ନିଜ ପାଖରେ ରଖିଥିଲେ । ମହିଳା ଜଣକ ପିଲାଟିକୁ ବହୁତ ଭଲ ପାଉଥିଲେ । କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା । ପୂର୍ବରୁ ଏହି ଦମ୍ପତିଙ୍କ କଳହ ନେଇ ଥାନାରେ ମାମଲା ହୋଇଥିଲା । ସେଠାରେ ସମସ୍ୟାର ସମାଧାନ ହୋଇଥିଲା । ଏପରିକି ଗତ ୨ଦିନ ତଳେ ପତି ପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା ।

ତେବେ ମୃତ ମହିଳାଙ୍କ ସ୍ୱାମୀ ସନ୍ତୋଷ ସବୁବେଳେ ପତ୍ନୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଏସବୁ ସହି ନ ପାରି ସେ ଚରମ ପଦକ୍ଷେପ ନେଇଥିବା ପରିବାର ଲୋକେ କହିଛନ୍ତି । ସେପଟେ ବୋହୂ ସବୁବେଳେ ପୁଅ ସହ କଳି କରୁଥିବା ସନ୍ତୋଷଙ୍କ ବାପା ମାଆ କହିଛନ୍ତି । ମୃତ୍ୟୁ ପୂର୍ବରୁ ଫେସବୁକରେ ଶିଳ୍ପୀ ଶେଷ ପୋଷ୍ଟ କରି ଲେଖିଥିଲେ ‘I QUIT’ । ୧୨ଘଣ୍ଟା ପୂର୍ବରୁ ଏହି ପୋଷ୍ଟ କରା ଯାଇଥିବା ଜଣାପଡ଼ିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com