ଅନ୍ୟାନ୍ୟ

କାର ପାର୍କିଂକୁ ନେଇ ଗଡ଼ିଲା ମୁଣ୍ଡ

ଗଜପତି, ୧୮/୦୧/୨୦୨୩ –   କାର ପାର୍କିଂକୁ କେନ୍ଦ୍ରକରି ବାପା ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଏହି ଘଟଣା ଘଟିଛି ପାରଳାଖେମୁଣ୍ଡି ଗୋଲା ସାହିରେ । ଏଥିରେ ବାପା ଏସ. ଶ୍ରୀନିବାସଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଜଗଦିଶ ଆହତ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଅଟୋରେ ଆସିଥିବା ଏକ ଗୋଷ୍ଠୀ ହଠାତ୍ ଗାଡି ଭଙ୍ଗାରୁଜା କରିବା ସହ ବାପ ପୁଅଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣକାରୀଙ୍କ ଠାରୁ ନିଜ ପୁଅକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ବାପା ଶ୍ରୀନିବାସ । ଗୁରୁତର ଅବସ୍ଥାରେ ଶ୍ରୀନିବାସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ଏହି ଘଟଣାରେ ତଦନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com