ଅନ୍ୟାନ୍ୟ

ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

କଟକ, ୧୯/୦୧/୨୦୨୩ –    କଟକ ମହିଳା ଥାନାରେ ହାଜର ହେଲେ ଓଲିଉଡ଼ର ଆଗ ଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ହ୍ୟୁମାନଙ୍କ ନାମରେ ତାଙ୍କ ପତ୍ନୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଥାନାରେ ଉପସ୍ଥିତ ହେବାକୁ ତାଙ୍କୁ ନୋଟିସ ଦିଆ ଯାଇଥିଲା ।

ଅଭିଯୋଗ ପତ୍ରରେ ତାଙ୍କ ସ୍ତ୍ରୀ ଲେଖିଛନ୍ତି ଯେ ହ୍ୟୁମାନ ମଦ୍ୟପାନ କରି ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଅନ୍ତି । ଏହି ଯୋଡିଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛନ୍ତି । ତେଣୁ ସେ ଆଣିଥିବା ଅଭିଯୋଗ ସତ୍ୟ କି ନାହିଁ, ତାହା ମହିଳା ଥାନା ଯାଞ୍ଚ କରିବା ପରେ ଏହାର ସତ୍ୟାସତ ପଦାକୁ ଆସିବ ବୋଲି ଆଶା କରାଯାଉଛି । ପ୍ରଥମେ ପୃଥକ ପୃଥକ ଭାବେ କାଉନସିଂଲିଙ୍ଗ କରାଯିବ ବୋଲି ଜଣାପଡ଼ିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com