କ୍ରୀଡ଼ା

ହକି ବିଶ୍ୱକପ: ୱେଲ୍ସକୁ ୪ -୨ ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଭାରତୀୟ ଦଳ ଗୁରୁବାର ଦିନ ଏଫ୍ଆଇଏଚ୍ ବିଶ୍ୱକପ୍ କ୍ରସ୍ ଓଭର ପାଇଁ ଯୋଗ୍ୟତା ଅର୍ଜନ କରିଛି। ଟିମ୍ ଇଣ୍ଡିଆ ପୁଲ୍ ମ୍ୟାଚ୍ ରେ ୱେଲ୍ସକୁ ୪ -୨ ରେ ପରାସ୍ତ କରିଛି । ବର୍ତ୍ତମାନ କ୍ୱାର୍ଟର ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଏହି ମ୍ୟାଚରେ ଆକାଶଦୀପ ସିଂ ଭାରତ ପାଇଁ ଦୁଇଟି ଗୋଲ ସ୍କୋର କରିଥିଲେ। ଶ୍ୟାମଶର ସିଂ ଏବଂ ହରମାନପ୍ରୀତ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

ଗୁରୁବାର ଭୁବନେଶ୍ୱରରେ ଖେଳାଯାଇଥିବା ମ୍ୟାଚରେ ଭାରତ ୱେଲ୍ସକୁ ୪-୨ରେ ପରାସ୍ତ କରି ପୁଲ-ଡିରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହା ସହ ଆୟୋଜକ ଦଳ ‘କ୍ରସ୍ ଓଭର’ ମ୍ୟାଚ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ କ୍ୱାର୍ଟର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ସହିତ ମୁହାଁମୁହିଁ ହେବ ।

୩ -୩ ମ୍ୟାଚରୁ ଉଭୟ ଭାରତ ଏବଂ ଇଂଲଣ୍ଡ ୭ ପଏଣ୍ଟ ପାଇଛନ୍ତି। ଉନ୍ନତ ଗୋଲ ପାର୍ଥକ୍ୟ ହେତୁ ଇଂଲଣ୍ଡ ଦଳ ପୁଲ-ଡି ଶୀର୍ଷରେ ରହିଥିଲା। ପୁଲ୍ ଡି ମ୍ୟାଚ୍ ରେ ଇଂଲଣ୍ଡ ସ୍ପେନକୁ ୪-୦ରେ ପରାସ୍ତ କରିଛି। ଇଂଲଣ୍ଡ ନିଜ ପୁଲକୁ ଟପି କ୍ୱାର୍ଟର ଫାଇନାଲ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବାବେଳେ ଭାରତ ଏବଂ ସ୍ପେନ୍ ଅନ୍ୟ ଚାରି କ୍ୱାର୍ଟର ଫାଇନାଲ ସ୍ଥାନ ପାଇଁ ‘କ୍ରସ୍ ଓଭର’ ମ୍ୟାଚ୍ ଖେଳିବେ।

 

Related Articles

Back to top button
WP Twitter Auto Publish Powered By : XYZScripts.com