ଅନ୍ୟାନ୍ୟ

ଠିକାଦାରଙ୍କୁ ଠକିଲା ଠକ

ଭୁବନେଶ୍ୱର, ୨୧/୦୧/୨୦୨୩ –   ଟିକେଟ ପାଇଁ ୫ ହଜାର ଟଙ୍କା ଆଡଭାନ୍ସ ଦିଅନ୍ତୁ । ଶ୍ରମିକ ପିଛା ଖର୍ଚ୍ଚ ୧୫ ହଜାର ଦିଅନ୍ତୁ । ରେଳବାଇ ପୋଲିସ ହାବୁଡ଼ରେ ପଡିଯାଇଛି ୩୩ ହଜାର ପଠାନ୍ତୁ । ଏମିତି କହି ଠକି ଚାଲିଥିଲା ସାଇବର ଠକ ।

ଜଣେ ଆଗ ଧାଡ଼ିର ଠିକାଦାର ନିତ୍ୟାନନ୍ଦ ପାଢ଼ୀଙ୍କୁ ଶ୍ରମିକ ଦେବା ନାଁରେ ଏମିତି କହି ୬୬ ହଜାର ଟଙ୍କା ଲୁଟିନେଇଛି ଠକ । ମୁର୍ସିଦାବାଦରୁ ଶ୍ରମିକ ପଠାଉଛି କହି ଠକ ଜଣକ ଠିକାଦାରଙ୍କୁ ଫୋନ୍ କରିଥିଲା । ଠିକାଦାର ୩୩ ହଜାର ଟଙ୍କା ପଠାଇ ସାରିବା ପରେ ଟ୍ରାନଜାକ୍ସନ ଲିମିଟ ସରିଯାଇଥିବା କହି ଆଉ ୧୩ ହଜାର ଟଙ୍କା ରେଳବାଇ ପୋଲିସ ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇବାକୁ କହିଥିଲା । ସମସ୍ତ ଟଙ୍କା ଦେଇ ସାରିବା ପରେ କିଷାନଗଞ୍ଜ ଷ୍ଟେସନରେ ମାଜିଷ୍ଟ୍ରେଟ ତଦନ୍ତ ଚାଲୁଥିବା କହି ଆଉ ୩୦ ହଜାର ଟଙ୍କା ମାଗିଥିଲା ଠକ ।

ତେବେ ଠିକାଦାରଙ୍କ ସନ୍ଦେହ ହେବାରୁ ଜଣେ ସମ୍ପର୍କୀୟ ରେଳ ଅଧିକାରୀଙ୍କ ଜରିଆରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅନୁରୋଧ କରିଥିଲେ । ଏଭଳି କିଛି ହୋଇ ନଥିବା ଜାଣିବା ପରେ ଭୁବନେଶ୍ବର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com