କ୍ରୀଡ଼ା

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଆଜି, ସିରିଜ ହାତେଇବା ଲକ୍ଷ୍ୟରେ ଭାରତୀୟ ଦଳ

      ଭୁବନେଶ୍ୱର, ୨୧/୦୧/୨୦୨୩  –    ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଶନିବାର ଦିନ ୦୧.୩୦ରେ ରାୟପୁରରେ ଖେଳାଯିବ । ୩ ଟିକିଆ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚକୁ ଜିତି ୧-୦ରେ ଭାରତ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।

ପ୍ରଥମ ଦିନିକିଆରେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲା ଭାରତ । ଶୁବମନ ଗିଲଙ୍କ ଦ୍ୱିଶତକ ବଳରେ ଦଳ ସ୍କୋର ୩୪୯ ରନ କରିଥିଲା । ମାତ୍ର ବୋଲିଂରେ ଦଳ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲା । ଏଣୁ ଏଥର ବୋଲିଂ ଉପରେ ବିଶେଷ ଧ୍ୟାନ ଦେବ ଭାରତ ।

ସେପଟେ ପ୍ରଥମ ଦିନିକିଆ ପରାଜୟ ପରେ ଦ୍ୱିତୀୟ ଦିନିକିଆରେ ବିଜୟ ଲାଭ କରି ସିରିଜକୁ ଫେରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ । ଟିମ୍ ଇଣ୍ଡିଆକୁ ଟକ୍କର ଦେବାକୁ ସ୍ୱତନ୍ତ୍ର ରଣନୀତି କରିଛି ନ୍ୟୁଜିଲାଣ୍ଡ । ଦଳର ବ୍ୟାଟିଂ ଲାଇନ ମଧ୍ୟ ଭଲ ରହିଛି । ତେଣୁ ଆଜି ଏକ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com