ଅନ୍ୟାନ୍ୟ

ଡାହାଣ ହାତରେ ଲାଗିଲା ବାମ ଗୋଡ଼ର ଆଙ୍ଗୁଠି

କଟକ, ୨୧/୦୧/୨୦୨୩ –    କଟକ SCB ବଡ଼ ମେଡିକାଲରେ ଓଡ଼ିଶାର ପ୍ରଥମ ବିରଳ ଅସ୍ତ୍ରୋପଚାର କରାଯାଇଛି । ଭଦ୍ରକର ୨୫ ବର୍ଷୀୟ ଯୁବକ ସୀତାକାନ୍ତ ବାରିକ ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା । ଯାହାକୁ ନେଇ ସେହି କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ SCB ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ କାଉନସିଲିଂ କରିବା ପରେ ଅପରେସନ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ସଫଳତା ପାଇଥିଲେ ୮ ଜଣ ଦକ୍ଷ ଡାକ୍ତର । ବାମ ଗୋଡ଼ର ଦ୍ଵିତୀୟ ଆଙ୍ଗୁଠିର ରକ୍ତ ନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ହାତ ବୁଢା ଆଙ୍ଗୁଠିରେ ଯୋଡ଼ା ଯାଇଛି । ୧୦ ଦିନ ପୂର୍ବରୁ ହୋଇଥିଲା ଅପରେସନ । ବର୍ତ୍ତମାନ ସୀତାକାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଏହି ସଫଳ ଅସ୍ତ୍ରୋପଚାର କରି ଦେଖାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com