ଓଡ଼ିଶା

ଆଜିଠାରୁ କମିବ ଶୀତ

  ଭୁବନେଶ୍ୱର, ୨୧/୦୧/୨୦୨୩ –   ଶନିବାରଠାରୁ ସାରା ରାଜ୍ୟରେ କମିବ ଶୀତ । ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଦିନର ତାପମାତ୍ରା ବୃଦ୍ଧି ପାଇବ । ଲାଗି ରହିଥିବା କୋହଲା ପାଗରେ ପରିବର୍ତ୍ତନ ଆସିବାକୁ ଥିବା ବେଳେ ୨୨ ତାରିଖ ପରେ କୁହୁଡ଼ିର ମାତ୍ରା ମଧ୍ୟ ହ୍ରାସ ହେବ । ଏପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।

ବର୍ତ୍ତମାନ ENSO- ଲା-ନିନା ଚାଲୁ ରହିଛି । ଏପ୍ରିଲ ମାସରେ ENSO ସ୍ୱାଭାବିକ ଅବସ୍ଥାରେ ରହିବା ସହ ଜୁନ୍‌‌ ପରେ ENSO-L-ନିନୋ ଅବସ୍ଥାକୁ ଆସିପାରେ । ଏଣୁ ମୌସୁମୀ ଆରମ୍ଭରେ ସ୍ୱାଭାବିକ ଓ ମୌସୁମୀ ମଧ୍ୟଭାଗରୁ L-ନିନୋ ରହିବାର ବିଭିନ୍ନ ମଡେଲ୍‌‌ ଆକଳନ କରୁଛନ୍ତି ।

ବର୍ତ୍ତମାନ ଗୁରୁଚାପ ବଳୟ ଯୋଗୁଁଁ ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହାଦ୍ୱାରା ରାଜ୍ୟରେ ଶୀତ ହ୍ରାସ ହେବା ସହିତ କୁହୁଡ଼ିର ପ୍ରଭାବ ରହୁଛି । ଆଭ୍ୟନ୍ତରୀଣ ଦକ୍ଷିଣରେ ସର୍ବନିମ୍ନ ତାପମାତ୍ରା ଶୁକ୍ରବାର ରାତିଠାରୁ ୨୩ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବଢିବ ଓ ତାପର ଦୁଇ ଦିନ ଅପରିବର୍ତ୍ତିତ ରହିବ ।

୨୫ ସୁଦ୍ଧା ପ୍ରାୟ ୫ ଡିଗ୍ରୀ ବା ଅଧିକ ବୃଦ୍ଧି ହୋଇପାରେ । ଜାନୁଆରୀ ଶେଷ ବେଳକୁ ବର୍ଷାର ମଧ୍ୟ ଆଶଙ୍କା ରହିଛି । ଏକ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ୨୭ ଜାନୁଆରୀ ରୁ ୨ ଫେବୃଆରୀ ମଧ୍ୟରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com