ଅନ୍ୟାନ୍ୟ

ସୁଟକେଶରେ ମୁତାଦେହ ମିଳିବ ଘଟଣା, ସ୍ତ୍ରୀ ସହ ୨ ସହଯୋଗୀକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ସୁଟକେଶରେ ମୁତାଦେହ ମିଳିବ ଘଟଣା । ସ୍ତ୍ରୀ ସହ ୨ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ତିନି ଅଭିଯୁକ୍ତ ହେଲେ ମୃତ ଯୁବକଙ୍କ ସ୍ତ୍ରୀ, ସଂପର୍କୀୟ ଭାଇ ଓ ଅନ୍ୟ ଜଣେ ସହଯୋଗୀ। ଏହି ତିନିଜଣ ଚଣ୍ଡେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ଆଜି ଏମାନଙ୍କୁ କୋର୍ଟଚାଲାଣ କରାଯିବ ।

ଗତକାଲି ବାଲୁଗାଁ ନିକଟସ୍ଥ ନାଚୁଣୀ ଜଙ୍ଗଲରେ ଏକ ସୁଟକେଶକୁ ଉଦ୍ଧାର କରିଥିଲା ପୋଲିସ।ସୁଟକେଶ ଖୋଲିବା ପରେ ଏଥିରେ ଏକ ଯୁବକର ଶବ ଯାହାର ହାତ ଗୋଡ ମୋଡ଼ି ମାଡ଼ି ରଖା ଯାଇଥିବା ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ହେଉଛନ୍ତି ରଣପୁର ଥାନା ଓ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅଧୀନ ଲାଖପଡା ଗାଁର ମନୋରଞ୍ଜନ ମହାପାତ୍ର ବୋଲି ଜଣାପଡିଛି ।

ସୁଟକେଶ କୁ ନେଇ ପୋଲିସ ତନାଘନା କରିବା ପରେ ଏହା ନାଚୁଣୀ ନିକଟସ୍ଥ ଚାନ୍ଦପୁରର ଏକ ଦୋକାନରୁ କିଣିଯାଇଥିଲା ବୋଲି ପୋଲିସ ଜାଣିବାକୁ ପାଇଥିଲା । ସେହି ଦୋକାନକୁ ଯାଇ ପଚରାଉଚୁରା କରିବା ପରେ ହତ୍ୟାକାରୀଙ୍କ ସଂପର୍କର ପୋଲିସକୁ ସୁରାକ ମିଳିଥିଲା। ସେହି ଆଧାରରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି । ତେବେ କେଉଁ କାରଣରୁ ଏମାନେ ମନୋରଞ୍ଜନଙ୍କୁ ହତ୍ୟା କଲେ ସେନେଇ ପୋଲିସ ତନାଘନା କରୁଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com