କ୍ରୀଡ଼ା

ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାରିଗଲା ଭାରତ, ମାଟିରେ ମିଶିଗଲା ୪୮ ବର୍ଷର ସ୍ବପ୍ନ

ଭୁବନେଶ୍ୱର: ଭୁବନେଶ୍ୱରରେ ଖେଳାଯାଉଥିବା ୨୦୨୩ ହକି ବିଶ୍ୱକପ୍‌ର କ୍ରସଓଭର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରିଛି। ଏହା ସହିତ ଭାରତୀୟ ଦଳ ୨୦୨୩ ବିଶ୍ୱକପରୁ ବାଦ ପଡିଛି । ଏହା ସହିତ ୪୮ ବର୍ଷ ପରେ ଟାଇଟଲ ଜିତିବାର ଭାରତୀୟ ଦଳର ସ୍ୱପ୍ନ ମଧ୍ୟ ଧୂଳିସାତ ହୋଇଯାଇଛି।

ପ୍ରଥମ ଚାରି କ୍ୱାର୍ଟରରେ ଅର୍ଥାତ୍ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୩-୩ ରେ ସମାନ ହୋଇଥିଲା । ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇନଥିଲା। ଏହା ପରେ ଭାରତ ଦ୍ୱିତୀୟ କ୍ୱାର୍ଟରରେ ୨ ଟି ଏବଂ ନ୍ୟୁଜିଲାଣ୍ଡ ଗୋଟିଏ ଗୋଲ ସ୍କୋର କରିଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ୧-୧ ଗୋଲ ସ୍କୋର କରିଥିଲେ। ଏହା ପରେ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ କ୍ୱାର୍ଟରରେ ଗୋଟିଏ ଗୋଲ ସ୍କୋର କରିଥିଲା। ଏହିପରି, ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୩-୩ ଡ୍ରରେ ଶେଷ ହୋଇଥିଲା ।

ଏହା ପରେ ମ୍ୟାଚ୍ ସୁଟ୍ଆଉଟ୍ କୁ ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ସୁଟଆଉଟରେ ୫-୪ ଜିତିଥିଲା। ଏହି ବିଜୟ ସହିତ ନ୍ୟୁଜିଲ୍ୟାଣ୍ଡ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଜାନୁଆରୀ ୨୪ ରେ ଖେଳିବାକୁ ଥିବା କ୍ୱାର୍ଟର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିଅନ୍ ବେଲଜିୟମକୁ ଭେଟିବେ।

 

Related Articles

Back to top button
WP Twitter Auto Publish Powered By : XYZScripts.com