ଅନ୍ୟାନ୍ୟ

ମ୍ୟାନେଜରଙ୍କ କବାଟ ଭାଙ୍ଗି ସାଢେ ୪ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଦେବଗଡ଼, ୨୩/୦୧/୨୦୨୩ –    ମଦ ଦୋକାନ ମ୍ୟାନେଜରଙ୍କ ଘର କବାଟ ଭାଙ୍ଗି ସାଢେ ୪ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଦେବଗଡ଼ରେ । ଘଟଣା ଅନୁସାରେ ମ୍ୟାନେଜର ଗଣେଶ ପ୍ରସାଦ ରହୁଥିବା ଘରର କାଠ କବାଟ ତାଡି କଟର ମେସିନ ଦ୍ୱାରା ଟଙ୍କା ରଖା ହୋଇଥିବା ଆଲମିରାକୁ କାଟି ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସହରରେ ଉତ୍ସବ ଚାଲିଥିବାର ସୁଯୋଗ ନେଇ ଏଭଳି କାଣ୍ଡ ଘଟାଇଛନ୍ତି ଲୁଟେରା ।

 

Related Articles

Back to top button
WP Twitter Auto Publish Powered By : XYZScripts.com