ଜୀବନଶୈଳୀ

ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

କାଶ୍ମୀର, ୨୪/୦୧/୨୦୨୪-    କାଶ୍ମୀରରେ ଚାଲିଥିବା ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । କଡା ସୁରକ୍ଷା ମଧ୍ୟରେ ମଙ୍ଗଳବାର ସକାଳ ୮ଟା ବେଳେ ଉର୍ମିଳା ସେନା କ୍ୟାମ୍ପ ନିକଟରୁ ରାହୁଲଙ୍କ ସହ ସାମିଲ ହୋଇଥିଲେ । ଏହି ସମୟରେ କଂଗ୍ରେସ ନେତା ଓ କର୍ମୀମାନେ ଉର୍ମିଳାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।

କାଶ୍ମୀରର ପାରମ୍ପାରିକ ପୋଷାକ ପିନ୍ଧି ଉର୍ମିଳା ରାହୁଲଙ୍କ ସାଥିରେ ଚାଲିବା ଆରମ୍ଭ କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଯାତ୍ରାରେ ସାମିଲ ହେବା ପୂର୍ବରୁ ସୋସିଆଲ ମିଡିଆରେ ଉର୍ମିଳା ଏକ ଭିଡିଓ ସେୟାର କରିଥିଲେ । ସେ କହିଥିଲେ କି ତାଙ୍କ ପାଇଁ ଏହି ଯାତ୍ରା ରାଜନୀତି ଠାରୁ ଅଧିକ ସାମାଜିକ ମହତ୍ୱ ବହନ କରେ । ସାମାଜିକ ପରିବର୍ତ୍ତନ ପାଇଁ ଚାଲିଥିବା ଏହି ଯାତ୍ରାରେ ସେ ସାମିଲ ହୋଇ ନିଜକୁ ସୌଭାଗ୍ୟ ମନେ କରୁଥିବା କଥା ସେ କହିଛନ୍ତି । ଏବେ ସୋସିଆଲ ମିଡିଆରେ ରାହୁଲ ଓ ଉର୍ମିଳାଙ୍କ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com