କ୍ରୀଡ଼ା

ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ମ୍ୟାଚ ଆଜିଠାରୁ

ଭୁବନେଶ୍ୱର,୨୪/୦୧/୨୦୨୪-   ଓଡ଼ିଶାରେ ଚାଲିଥିବା FIH ପୁରୁଷ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବ । ଖେଳାଯିବାକୁ ଥିବା ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ସହ ସ୍ପେନ୍‌‌ ଓ ବେଲଜିୟମ ସହ ନ୍ୟୁଜିଲାଣ୍ଡର ମୁକାବିଲା ହେବ । ଅପରାହ୍ନ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ  ପ୍ରଥମ କ୍ବାର୍ଟର ଫାଇନାଲ ଟକ୍କର ହେବ । ସେହିପରି ସଂଧ୍ୟା ୭ଟାରେ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ ।

ସୋମବାର ଖେଳାଯାଇଥିବା କ୍ରସ୍‌‌ ଓଭର ମ୍ୟାଚ୍‌‌ରେ ଜର୍ମାନୀ ୫-୧ ଗୋଲ୍‌‌ରେ ଫ୍ରାନ୍ସକୁ ଓ ଦକ୍ଷିଣ କୋରିଆ ୩-୨ ପେନାଲ୍ଟି ସୁଟଆଉଟ ଗୋଲ୍‌‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା । ପୂର୍ବରୁ ପୁଲ୍‌‌ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍‌‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

ଅନ୍ୟପଟେ ପରାଜିତ ଦଳଗୁଡିକ ମଧ୍ୟରେ ପ୍ରଥମ କ୍ଲାସିଫିକେସନ ମୁକାବିଲା ଜାନୁଆରୀ ୨୪ରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ଖେଳାଯିବ । ଏହି ଦିନ ୪ଟି ମ୍ୟାଚ୍‌‌ ଖେଳାଯିବ । ପ୍ରଥମ ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକା ସହ ମାଲେସିଆ, ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ସହ ଜାପାନ, ତୃତୀୟ ମ୍ୟାଚ୍‌‌ରେ ଚିଲି ସହ ଆର୍ଜେଣ୍ଟିନା ଓ ଚତୁର୍ଥ ତଥା ଶେଷ ମ୍ୟାଚ୍‌‌ରେ ଫ୍ରାନ୍ସ ସହ ୱେଲ୍ସର ମୁକାବିଲା ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com