ବାଣିଜ୍ୟ

ଛଟେଇ ନେଇ ଚିନ୍ତାରେ ଭାରତୀୟ ଆଇଟି ପ୍ରଫେସନାଲ

ଭୁବନେଶ୍ୱର, ୨୪/୦୧/୨୦୨୩ –  ଆମେରିକାର ଟେକ୍ନୋଲୋଜି କମ୍ପାନୀଗୁଡିକ ହଜାର ହଜାର ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଥିବାରୁ ତାହାକୁ ନେଇ ବଡ଼ ସଂକଟରେ ପଡ଼ିଯାଇଛନ୍ତି ସେଠାରେ କାମ କରୁଥିବା ଭାରତୀୟ ଆଇଟି ପ୍ରଫେସନାଲ । ଯଦି ଧାର୍ଯ୍ୟ ସମୟ ମଧ୍ୟରେ ସେମାନେ ଆଉ ଏକ ଚାକିରି ନ ପାଆନ୍ତି ତେବେ ସେମାନଙ୍କ ଏଚ୧-ବି ଓ ଏଲ-୧ ଭିସା ରଦ୍ଦ ହୋଇଯିବ ଓ ସେମାନଙ୍କୁ ଭାରତ ଫେରିବାକୁ ହେବ।

୨୦୨୨ ନଭେମ୍ବରରୁ ଏ ପର୍ଯ୍ୟନ୍ତ ଆମେରିକାର ବିଭିନ୍ନ ଟେକ୍ନୋଲୋଜି କମ୍ପାନୀ ପାଖାପାଖି ୨ ଲକ୍ଷ ପ୍ରଫେସନାଲଙ୍କୁ ଛଟେଇ କରିସାରିଲେଣି । ଏହି ୨ ଲକ୍ଷ ପ୍ରଫେସନାଲଙ୍କ ମଧ୍ୟରୁ ପ୍ରାୟ ୩୦ରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ । ଛଟେଇ କରିଥିବା କମ୍ପାନିଙ୍କ ମଧ୍ୟରେ ଗୁଗୁଲ, ଟ୍ବିଟର, ଆମାଜନ ମାଇକ୍ରୋସଫ୍ଟ, ମେଟା ଭଳି ବଡ ବଡ କମ୍ପାନୀ ରହିଛନ୍ତି । ସେହିପରି ଛଟେଇ ତାଲିକାରେ ଅଳ୍ପ କିଛି ମାସ ହେଲା ଆମେରିକା ଯାଇଥିବା ପେସାଦାରମାନେ ମଧ୍ୟ ଅଛନ୍ତି ।

ଏବେ ସେଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ଭାରତୀୟ ଚାକିରି ଖୋଜି ଖୋଜି ହନ୍ତସନ୍ତ ହେଉଛନ୍ତି । ଯଦି ଚାକିରି ନ ମିଳିଲେ ଯାଗା ବାଡ଼ି ବିକି ଘରକୁ ଫେରିବା ଛଡ଼ା ଭାରତୀୟଙ୍କ ପାଖରେ ଆଉ କିଛି ବାଟ ନାହିଁ । ଆମେରିକାରେ ରହୁଥିବା ଭାରତୀୟ ପେସାଦାରମାନଙ୍କ ମାଧ୍ୟମରେ ଭାରତ ବିପୁଳ ପରିମାଣରେ ବିଦେଶୀ ମୁଦ୍ରା ପାଇଥାଏ । ତେଣୁ ଏହାର ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡ଼ିବ ।

Related Articles

Back to top button
WP Twitter Auto Publish Powered By : XYZScripts.com