ବାଣିଜ୍ୟ

ମହମ୍ମଦ ସାମି ଦେବେ ମାସିକ ୫୦ ହଜାର ଟଙ୍କା

ଭୁବନେଶ୍ୱର, ୨୪/୦୧/୨୦୨୩ –   ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଝଟକା । ତାଙ୍କ ଠାରୁ ଅଲଗା ହୋଇ ରହୁଥିବା ପତ୍ନୀ ହସୀନ ରାୟଙ୍କୁ ପ୍ରତି ମାସରେ ଦେବେ ଟଙ୍କା । ଏପରି ନିର୍ଦ୍ଦେଶ ଦେଇଛନ୍ତି କୋଲକାତାର ଅଦାଲତ । ତେବେ କୋର୍ଟଙ୍କ ଏପରି ନିର୍ଦ୍ଦେଶରେ ହସୀନ ରାୟ ଖୁସି ନାହାଁନ୍ତି । କାରଣ ସେ ମାସିକ ୧୦ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ କୋର୍ଟରେ ଅପିଲ କରିଥିଲେ । ନିଜର ବ୍ୟକ୍ତିଗତ ଖର୍ଚ୍ଚ ଭାବେ ୭ ଲକ୍ଷ ଓ ପୁଅର ଖର୍ଚ୍ଚ ବାବଦରେ ୨ ଲକ୍ଷ ଦାବି କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରି ମାସିକ ୫୦ ହଜାର ଭରଣପୋଷଣ ଦେବାକୁ ପଡିବ ବୋଲି ରାୟ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com