ଅନ୍ୟାନ୍ୟ

ବିପର୍ଯ୍ୟୟ ପରିଚାଳନା ପାଇଁ ଜାତୀୟ ସ୍ତରରେ OSDMA ପୁରସ୍କୃତ

ଭୁବନେଶ୍ୱର, ୨୪/୦୧/୨୦୨୩ –    ବିପର୍ଯ୍ୟୟ ପରିଚାଳନାରେ ପଦକ୍ଷେପ ଓ ପାରଦର୍ଶୀତା ନିମନ୍ତେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ମାନ୍ୟତା ପାଇଛି । ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ – OSDMAକୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର-୨୦୨୩’ ପାଇଛି । ୧୯୯୯ ମସିହାରେ ସ୍ଥାପନ ହୋଇଥିବା OSDMA ବର୍ତ୍ତମାନ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି ।

ଜଳବାୟୁ ପରିବର୍ତ୍ତନ ଓ ଓଡ଼ିଶାର ଭୌଗୋଳିକ ସ୍ଥିତି ପାଇଁ ଓଡ଼ିଶା ପ୍ରତି ବର୍ଷ ଏକାଧିକ ଥର ବନ୍ୟା ବାତ୍ୟାର ସମ୍ମୁଖୀନ ହେଉଛି । ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଶା ୩୦ରୁ ଊର୍ଦ୍ଧ୍ବ ବର୍ଷ ବାତ୍ୟା, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛ। ଏହି ବିପର୍ଯ୍ୟୟଗୁଡ଼ିକର ମୁକାବିଲା କରି ଏହାର ସଠିକ ପରିଚାଳନା ପାଇଁ ରାଜ୍ୟ ସରକାର ନିଜକୁ ମଜଭୁତ କରିଛନ୍ତି । ୧୯୯୯ ମସିହା ମହାବାତ୍ୟା ପରେ ଫାଇଲିନ, ହୁଡ୍‌‌ହୁଡ୍‌‌, ଫନି, ତିତ୍‌‌ଲି, ୟସ୍‌‌, ଅମ୍ଫନ ସହ ୨୦୨୦ରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ସମୟରେ ନିଜର ଦାୟିତ୍ୱ ତୁଲାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଜାନୁଆରୀ ୨୩ ସୁଭାଷ ଚନ୍ଦ୍ର ବୋଷ୍‌‌ଙ୍କ ଜନ୍ମ ଜୟନ୍ତୀରେ ଏହି ପୁରସ୍କାର ଘୋଷଣା କରାଯାଇ ଆସୁଛି। ଚଳିତ ବର୍ଷ ଓଡ଼ିଶାର OSDMA ଏହି ପୁରସ୍କାର ନିମନ୍ତେ ମନୋନୀତ ହୋଇଛି। ଅନୁରୂପ ଭାବରେ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ରକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବା ନେଇ କେନ୍ଦ୍ର ଘୋଷଣା କରିଛି । ପୁରସ୍କାର ବାବଦକୁ ୫୧ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ସାର୍ଟିଫିକେଟ୍‌‌ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com