ବାଣିଜ୍ୟ

ସମ୍ଭବ ମିଶ୍ର ପାଇଲେ ରାଷ୍ଟ୍ରୀୟ ବାଲ ପୁରସ୍କାର

ନୂଆଦିଲ୍ଲୀ, ୨୪/୦୧/୨୦୨୩ –    ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତି ପ୍ରତିଭାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି ।

୧୧ଜଣ କୃତୀ ପ୍ରତିଭାଙ୍କୁ ଚଳିତ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ଜଣ ବାଳକ ଓ ୫ଜଣ ବାଳିକାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ସମ୍ଭବ ମିଶ୍ର ପାଇଛନ୍ତି ରାଷ୍ଟ୍ରୀୟ ବାଲ ପୁରସ୍କାର । ବିଜେତାଙ୍କୁ ପଦକ, ୧ଲକ୍ଷ ଟଙ୍କା ନଗଦ ପୁରସ୍କାର ଓ ପ୍ରମାଣପତ୍ର ଦିଆଯାଇଛି।

କଟକ ଶିଖରପୁରର ସମ୍ଭବ ମିଶ୍ର ପୂର୍ବରୁ ଇଣ୍ଡିଆ ବୁକ ରେକର୍ଡ କରିଛନ୍ତି । ସାହିତ୍ୟ କୃତୀରେ ଉଲ୍ଲେଖନୀୟ ସଫଳତା ପାଇଁ ୨ଶହ ବର୍ଷ ମଧ୍ୟରେ ସର୍ବକନିଷ୍ଠ ବ୍ୟକ୍ତି ଭାବେ ତାଙ୍କୁ ସମ୍ମାନଜନକ ଫେଲୋସିପ୍ ଅଫ୍ ଦି ରୟାଲ ଏସିଏଷ୍ଟିକ ସୋସାଇଟି, ଲଣ୍ଡନ ପାଇଛନ୍ତି । କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ବାଲ ପୁରସ୍କାର ପ୍ରଦାନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com