ଅନ୍ୟାନ୍ୟ

ଜାନୁଆରୀ ୨୯ରୁ ବଦଳିପାରେ ପାଗ

ଭୁବନେଶ୍ୱର, ୨୪/୦୧/୨୦୨୩ –   ଆଉ ୫ ଦିନ ପରେ ରାଜ୍ୟରେ ବଦଳିପାରେ ପାଗ । ପରବର୍ତ୍ତୀ ଦୁଇଦିନ ପଶ୍ଚିମା ଝଡ଼ ପ୍ରଭାବରୁ ଉତ୍ତର ଆଭ୍ୟନ୍ତରରେ ହାଲୁକା ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏବେ ୧୦ଟି ସ୍ଥାନର ତାପମାତ୍ରା ସ୍ୱାଭାବିକରୁ ଅଧିକ ରହିଛି । ଫଳରେ ଶୀତର ପ୍ରଭାବ କମିଛି । ଉପକୂଳକୁ ସାମୁଦ୍ରିକ ପବନ ବହିବା ଦ୍ୱାରା ପାଗ ମେଘୁଆ ରହିବ ଓ ଅଧିକାଂଶ ସ୍ଥାନରେ ଦିନରେ କୋହଲା ପାଗ ହେବ । ତେବେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com