କ୍ରୀଡ଼ା

ICC ଦିନିକିଆ ରାଙ୍କିଂ : ଶୀର୍ଷ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୨୫/୦୧/୨୦୨୩ –   ICC ଦିନିକିଆ ରାଙ୍କିଂରେ ଶୀର୍ଷ ସ୍ଥାନ ଦଖଲ କରିଛି ଭାରତ । ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ବିଜୟ ପରେ ଏହି ସଫଳତା ପାଇଛି ଭାରତୀୟ ଦଳ । ମଙ୍ଗଳବାର ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଶୁବମନ ଗିଲ ଓ ରୋହିତ ଶର୍ମାଙ୍କ ଶତକ ବଳରେ ବିଜୟ ହାସଲ କରିଛି ଭାରତ ।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୩୮୫ରନ କରିଥିଲା । ଶୁବମନ ଗିଲ ୧୧୨ ରନ କରିଥିବାବେଳେ ରୋହିତ ଶର୍ମା ୧୦୧ ରନ କରିଥିଲେ ।

୩୮୬ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରି କନଓ୍ବେଙ୍କ ଦମଦାର ୧୩୮ ରନ ବଳରେ୨୯୫ ରନରେ ଅଲଆଉଟ ହୋଇଥିଲା ଭ୍ରମଣକାରୀ ଦଳ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏ ଓ୍ବିକେଟ ନେଇଥିଲେ । ଶାର୍ଦ୍ଦୁଳ ଠାକୁର ମ୍ୟାନ ଅଫ ଦି ମ୍ୟାଚ ଏବଂ ଶୁବମନ ଗିଲ ମ୍ୟାନ ଅଫ ଦି ସିରିଜ ଘୋଷିତ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com