ବିଜ୍ଞାନ ଓ ପ୍ରଯୁକ୍ତି

ଆଜି ମହାପ୍ରଭୁ ପଦ୍ମ ବେଶରେ ଦର୍ଶନ ଦେବେ

ଭୁବନେଶ୍ୱର, ୨୫/୦୧/୨୦୨୩ –    ତ୍ରିବେଣୀ ଅମାବାସ୍ୟା ପରବର୍ତ୍ତୀ ବୁଧବାର କିମ୍ବା ଶନିବାର ପଦ୍ମ ବେଶ ହୋଇଥାନ୍ତି ମହାପ୍ରଭୁ । ଏହି ପରମ୍ପରା ଅନୁସାରେ ବୁଧବାର ମହାପ୍ରଭୁ ଦୁର୍ଲ୍ଲଭ ପଦ୍ମ ବେଶରେ ଦର୍ଶନ ଦେବେ । କଦଳୀ ପାଟୁଆରେ କଦମ୍ବ ଫୁଲ, ପଦ୍ମ, ହଂସ ଆଦି ବିଭିନ୍ନ ପାରମ୍ପରିକ ବେଶ ନିର୍ମାଣ କରାଯାଇ ମହାପ୍ରଭୁଙ୍କୁ ପଦ୍ମ ବେଶରେ ସଜ୍ଜିତ କରାଯିବ । ଶୋଲ, ଜରି, ଜମ୍ବୁରା, ପ୍ରାକୃତିକ ରଙ୍ଗରେ ବେଶ ନିର୍ମାଣ କରାଯାଇଛି ।

ଚଳିତ ବର୍ଷ ତ୍ରିବେଣୀ ଅମାବାସ୍ୟା ଜାନୁଆରୀ ୨୧ ତାରିଖରେ ପଡିଥିବା ବେଳେ ଆଜି ବୁଧବାର ପଡ଼ୁଥିବାରୁ ମହାପ୍ରଭୁଙ୍କୁ ଘୋଡ ଲାଗି କରାଯାଇ ବେଶ ଲାଗି କରାଯାଇ ବଡ଼ସିଂହାର ବେଶ ପରେ ପଦ୍ମ ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ଭକ୍ତ ମନୋହର ଦାଶର ମନବାଞ୍ଚା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ପଦ୍ମ ବେଶ କରା ଯାଇଥାଏ । ପଣ୍ଡୁ ପୂର୍ଣ୍ଣମୀ ଠାରୁ ଏହି ବେଶ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବେଶରେ ବଡ଼ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ଖିରି ଭୋଗ ଲାଗି ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com