ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟଶିକ୍ଷା

ପୂଜା ପାଇଲେ ମା’ ସରସ୍ୱତୀ

ଭୁବନେଶ୍ୱର, ୨୬/୦୧/୨୦୨୩ –    ମାଘ ମାସ ଶୁକ୍ଳ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ଉପଲକ୍ଷେ ଧୁମଧାମରେ ପାଳିତ ହେଉଛି ମା’ ସରସ୍ୱତୀଙ୍କ ପୂଜା । ଏଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଚାରିଆଡେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ମା’ଙ୍କ ପୂଜା କରିବାକୁ ଆଜି ସକାଳୁ ସକାଳୁ ଗାଧୋଇ ନୂଆ ପୋଷାକ ପରିଧାନ କରିବା ସହ ଫୁଲ, ନଡିଆ, କଦଳୀ, ସେଓ, ଅଙ୍ଗୁର, ଆଦି ଭୋଗ ସାମଗ୍ରୀ ଧରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ହୋଇଥିଲେ ।

ଆକର୍ଷଣୀୟ ସାଜସଜ୍ଜା ଏବଂ ରଙ୍ଗୀନ ଆଲୋକମାଳାରେ ମାଙ୍କୁ ଉପବେଶନ କରାଯାଇଥିଲା ।  ଏହାପରେ ଧୂପ, ଦୀପ, ଘଣ୍ଟ, ଘଣ୍ଟା, ଶଙ୍ଖ, ହୁଳାହୁଳି ଏବଂ ବ୍ରାହ୍ମଣଙ୍କ ବେଦ ମନ୍ତ୍ର ଭିତରେ ମା’ ସରସ୍ୱତୀଙ୍କୁ ଆବାହନ କରା ଯାଇଥିଲା । ଛାତ୍ରଛାତ୍ରୀମାନେ ଶ୍ରଦ୍ଧା ପୂର୍ବକ ଉପବାସ କରି ମା’ଙ୍କୁ ଆରାଧନା କରିଥିଲେ । ପୂଜା ଶେଷରେ ସମସ୍ତେ ପୁଷ୍ପାଞ୍ଜଳି ଦେବା ସହିତ ଆଶିର୍ବାଦ ଭିକ୍ଷା କରିଥିଲେ ।

ଏହି ଅବସରରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଅଭିଭାବକମାନେ ମଧ୍ୟ ପୂଜାରେ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com