ସ୍ୱାସ୍ଥ୍ୟ

ଲଞ୍ଚ ହେଲା INCOVACC , ନାକରେ ସହଜରେ ନେଇହେବ କୋଭିଡ୍‌ ଭ୍ୟାକ୍ସିନ

ଭାରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ ଇନକୋଭାକ୍‌ ଲଞ୍ଚ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ଏହି ନାଜାଲ ଭ୍ୟାକ୍ସିନକୁ ଲଞ୍ଚ କରିଛନ୍ତି।

ଏହି ଟିକାକୁ ସହଜରେ ନାକ ବାଟେ ଦିଆଯାଇପାରିବ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପରୀକ୍ଷା ନିରୀକ୍ଷା ପରେ ଅନୁମତି ପ୍ରଦାନ କରାଯାଇଛି। କୋଭିଡ଼ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏଣିକି ଇନକୋଭାକ୍‌କୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇପାରିବ।

ସରକାରଙ୍କ କହିବା ଅନୁଯାୟୀ, ଏହା ବିଶ୍ୱର ପ୍ରଥମ ଇଣ୍ଟ୍ରା-ନାଜାଲ ଟିକା, ଯାହା କୋଭିଡ୍ ପାଇଁ ସମ୍ପୂର୍ଣ୍ଣ ଭାବେ ଉପଯୋଗୀ । ସ୍ୱଦେଶୀ ର୍ନିମିତ ଏହି ଭ୍ୟାକ୍ସିନ ସରକାରୀ ଡାକ୍ତରଖାନାରେ ଟିକା ପିଛା ୩୨୫ ଟଙ୍କା ଏବଂ ଘରୋଇ ଭାବେ ୮୦୦ ଟଙ୍କାରେ ବିକ୍ରି ନେଇ ଡିସେମ୍ବରରେ ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com