କ୍ରୀଡ଼ା

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ T-20 ମ୍ୟାଚ୍

ଭୁବନେଶ୍ୱର, ୨୭/୦୧/୨୦୨୩ –   ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ T-20 ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ରାଞ୍ଚିରେ ଖେଳାଯିବ । ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ ।  ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ପ୍ରଥମ ମ୍ୟାଚ୍ । ସିରିଜରେ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି ।

ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଜିତିଥିବାରୁ T-20 ସିରିଜ୍ ମଧ୍ୟ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୨୨ଟି T-20 ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୧୦ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ୯ଟି ମ୍ୟାଚ୍ ଜିତିଛି । ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ୩ଟି ମ୍ୟାଚ୍ ରଦ୍ଦ ହୋଇଥିଲା ।

T-20 ବିଶ୍ୱକପ୍ ପରେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଭାରତ କୌଣସି ସିରିଜ୍ ହାରିନାହିଁ । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏହି ଧାରା ବଜାର ରଖିବା ପାଇଁ ଚେଷ୍ଟା କରିବ ଦଳ ।  ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦିନିକିଆ ଶୃଙ୍ଖଳା କ୍ଲିନ୍ ସୁଇପ କରି ଭାରତର ମନୋବଳ ଦୃଢ଼ ରହିଛି । ସେପଟେ ତ୍ରୁଟି ସୁଧାରି ଭାରତକୁ ଜବାବ ଦେବାକୁ ରଣନୀତି କରିଛି ନ୍ୟୁଜିଲାଣ୍ଡ । ଦିନିକିଆରେ ଶୋଚନୀୟ ପରାଜୟ ପରେ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ ପାଇଁ ଦଳ ଉଦ୍ୟମ କରିବ।

Related Articles

Back to top button
WP Twitter Auto Publish Powered By : XYZScripts.com