ଅନ୍ୟାନ୍ୟ

ସ୍କୁଲରେ ପଶି ଭଙ୍ଗାରୁଜା କଲେ ଦୁଇ ଭଉଣୀ

ଢେଙ୍କାନାଳ, ୨୭/୦୧/୨୦୨୩ –    ସ୍କୁଲରେ ଉତ୍ପାତ କଲେ ଦୁଇ ଭଉଣୀ । ମାଆ ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡି ଭାଙ୍ଗିଛନ୍ତି ଦୁଇ ଭଉଣୀ ଉର୍ମିଳା ସାହୁ ଓ ପ୍ରମିଳା ସାହୁ । ଏଥିସହିତ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ବିଦ୍ୟାଳୟର ନାଁକୁ ମଧ୍ୟ ଲିଭାଇ ଦେଇଛନ୍ତି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ସ୍ଥିତ ପୁନଃର୍ବସତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଦୁଇ ଭଉଣୀଙ୍କ ଘର କଣ୍ଟାପାଳ ୨ନଂ କଲୋନୀରେ ବୋଲି ଜଣାପଡ଼ିଛି । ବାପା ଟାଙ୍ଗୁରୁ ସାହୁ ନାଆଁରେ ବିଦ୍ୟାଳୟ ଜାଗାଟି ରହିଥିବା ନେଇ ଦୁଇ ଭଉଣୀଙ୍କର ଦାବି କରିଛନ୍ତି । ଯାହାକୁ ନେଇ ଏଭଳି କାଣ୍ଡ ଭିଆଇଛନ୍ତି ଦୁଇ ଭଉଣୀ । ଏହା ପୂର୍ବରୁ ଜାନୁଆରୀ ୨୧ ରେ ମଧ୍ୟ ସ୍କୁଲ ଭିତରେ ପଶି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ । କଙ୍କଡାହାଡ଼ ପୁଲିସ ଉର୍ମିଳା ଓ ପ୍ରମିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com